ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି l

ଯାଜପୁର (କଳିଙ୍ଗନଗର) :- ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପ୍ରତିବଦ୍ଧତାକୁ ଦୋହରାଇବା ସହ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା “ ବିଟ୍ ଦି ପ୍ଲାଷ୍ଟିକ୍‌’ ବିଷୟବସ୍ତୁ ଅନୁସାରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ସୋମବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ପରିବେଶ ଦିବସ ପାଳନ ଅଂଶ ସ୍ବରୂପ କାରଖାନା ପରିସରରେ ବିଭିନ୍ନ ସ୍ଥାନରେ ୨୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ବହୁସଂଖ୍ୟକ ବୃକ୍ଷରୋପଣ ବ୍ୟତୀତ ପରିବେଶ ଦୀର୍ଘସ୍ଥାୟିତ୍ଵ ଉପରେ ସଚେତନତା ସୃଷ୍ଟି କରିବା ଲାଗି ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ କର୍ମଚାରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥି ସହିତ ନିକଟସ୍ଥ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ୬୫୦ ଫଳ ଧାରଣକାରୀ ଚାରା ବଂଟନ କରାଯିବା ସହ କାରଖାନା ପରିସର ଓ ଆଖପାଖ ଅଂଚଳରେ ପ୍ଲାଷ୍ଟିକ୍ ସଫେଇର ଏକ ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅବସରରେ କଳିଙ୍ଗନଗର ଟ୍ରେନିଂ ସଂଟର ପ୍ଲଟ-୨ରେ ଟିଏସ୍‌ର ଉପସଭାପତି (ଅପରେସନ୍) ରାଜୀବ କୁମାର ଏକ “ ହର୍ବାଲ୍ ଓ ମସଲା ଉଦ୍ୟାନ’କୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟିଏସ୍କେର ମୁଖ୍ୟ (ମେକାନିକାଲ୍ ମେଟେନାନ୍ସ) ଶଙ୍କର ବିଶ୍ଵାସ, ମୁଖ୍ୟ (ଇଲେକ୍ଟ୍ରିକାଲ୍ ମେଟେନାନ୍ସ) ଅଜିତ କର, ମୁଖ୍ୟ ଇଲେକ୍ଟ୍ରିକାଲ୍ ମେଟେନାନ୍ସ (ସିଏସ୍‌ଇ ଓ ଆର୍ଏମ୍ଏଚ୍) ପଙ୍କଜ ଭୁରେ, ମୁଖ୍ୟ-ୟୁଟିଲିଟିଜ୍ ଆଣ୍ଡ୍ ପାୱାର ସିଷ୍ଟମ୍‌ ପଦୀପ ଚକ୍ରବର୍ତୀ, ସିକ୍ୟୁରିଟି ବିଭାଗର ମୁଖ୍ୟ ପ୍ରକାଶ ସଂଜୟ ଓ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଉଦ୍ୟାନରେ ରହିଛି ୧୨୦ ପ୍ରକାରର ହର୍ବାଲ ଓ ୧୪ ପ୍ରକାରର ମସଲା ଉଦ୍ଭବ । ଟ୍ରେନିଂ ସଂଟର ଅଡିଟୋରିୟମ୍‌ରେ ଆୟୋଜିତ ଏକ ମେଗା କାର୍ଯ୍ୟକ୍ରମ ସହ ପରିବେଶ ଦିବସ ଉତ୍ସବ ପାଳନର ସମାପନ ହୋଇଥିଲା ଯେଉଁଠାରେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ସ୍ବରୂପ ସାର୍ଟିଫିକେଟ ଓ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ପରିବେଶ ସୁରକ୍ଷା ପ୍ରତି ଉଲ୍ଲେଖନୀୟ ସମର୍ପଣ ଭାବ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଶ୍ଵ ପରିବେଶ ଦିବସ ପାଳନର ଅଂଶ ସ୍ଵରୂପ ଦାନଗଦି ବ୍ଳକ୍‌ର ସାଳିଜଙ୍ଗା ଗ୍ରାମ ପଂଚାୟତ ଅଧୀନସ୍ଥ ଜଟାଧାରୀ ପର୍ବତମାଳାରେ ଟାଟା ଷ୍ଟିଲ୍
ଫାଉଣ୍ଡେସନ ପକ୍ଷରୁ ଏକ ସିଡ୍ ବଲ୍ ପ୍ରସାରଣ ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ପଂଚାୟତର ପ୍ରାୟ ୧୦୦ ଯୁବବର୍ଗ ଯୋଗ
ଦେଇ ସ୍ଥାନୀୟ ପ୍ରଜାତି ମଧ୍ୟରେ ୫୦୦୦ରୁ ଅଧିକ ସିଡ୍ ବଲ୍ ପ୍ରସାରଣ କରିଥିଲେ । ଏଥି ସହିତ ସେମାନେ ପର୍ବତମାଳାରେ ଏକ ସ୍ଵଚ୍ଛତା
ଅଭିଯାନ ମଧ୍ୟ ଆୟୋଜନ କରିଥିଲେ ।
ଉଲ୍ଲେଖଯୋଗ୍ୟ, ଟାଟା ଷ୍ଟିଲ୍‌ରେ ଜୁନ୍ ମାସ ସାରା “ ନିରନ୍ତରତା ମାସ” ଭାବେ ପାଳନ କରାଯିବ । ଏହି ମାସବ୍ୟାପୀ ଉତ୍ସବ ପାଳନର ଅଂଶ
ଭାବେ “ ପ୍ଲାଷ୍ଟିକ ପ୍ରଦୂଷଣ ପାଇଁ ସ୍ମାର୍ଟ ସମାଧାନ’ ବିଷୟ ଉପରେ ସଚେତନତା ଅଭିଯାନ, ୱେବିନାର ଓ ଅନ୍‌ଲାଇନ୍ କୁଇଜ୍ ଭଳି ବିଭିନ୍ନ
ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯିବ ।
.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !