ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ’ ଏବଂ ‘ଉଦୟବଟ’ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ l

ଯାଜପୁର (ବ୍ୟାସନଗର) :- ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ’ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉ ବୋଲି ଆଜି ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ‘ଉଦୟବଟ’ ଏବଂ ‘ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ’ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି । ସର୍ବପ୍ରଥମେ କରମଣ୍ଡଳ ସୁପରଫାଷ୍ଠ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ଯାଜପୁରର ୦୨ ଯାତ୍ରୀଙ୍କ ସହ ସମସ୍ତ ମୃତ ଯାତ୍ରୀଙ୍କ ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ନାଗରିକ ମଞ୍ଚର ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଟିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଟ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କହିଲେ ଯେ ‘ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ’ । ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଠ ଆମ ଦେଶରେ ପରିବେଶ ସମସ୍ୟା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପର୍ଯ୍ୟାପ୍ତ ବୃକ୍ଷରୋପଣ, ପରିବେଶ ସୁରକ୍ଷା ପାଇଁ ଆମ ଅଭ୍ୟାସରେ ପରିବର୍ତ୍ତନ ଆଣିବା ସର୍ବାଗ୍ରେ ଜରୁରୀ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଉତମ ପରିବେଶ, ସ୍ୱଚ୍ଛ ପାଣି, ସ୍ୱଚ୍ଛ ପବନ, ସତେଜ ପନିପରିବା ଓ ଫଳମୂଳ, ଉତମ ଖାଦ୍ୟ ଖାଇବା ଉଚିତ୍ । ଏଥିରେ ମୁଖ୍ୟ ବକ୍ତା ଭାବେ ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ପରିବେଶର ସୁରକ୍ଷା ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ହୋଇଥିବା ବେଳେ ପଲିଥିନର ବର୍ଜ୍ଜନ ନିହାତି ଆବଶ୍ୟକ । ଏଥିରେ ଇଂ. କମଳଲୋଚନ ସାହୁ, ଯୋଗ ଗୁରୁ ବଟକୃଷ୍ଣ ପ୍ରଧାନ, ଲମ୍ବୋଦର ମଲ୍ଲିକ ପ୍ରମୁଖ ଯୋଗ ଦେଇ ପ୍ରକୃତିମାତାର ଉପଯୁକ୍ତ ସୁରକ୍ଷା, ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ, ବଚିଂଥିବା ବୃକ୍ଷରାଜିର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ କୈାଣସି ଗୋଟିଏ ଅନୁଷ୍ଠାନ ନୁହେଁ ବରଂ ସମସ୍ତ ଜନସାଧାରଣଙ୍କ ଭୂମିକା ରହିଛି ବୋଲି ନିବେଦନ କରିଥିଲେ । ରାଜ୍ୟରେ କାଳକ୍ରମେ ଜଂଗଲର ପରିମାଣ ୩୩%ରୁ ଖସି ଖସି ଆସି ୨୧% ପ୍ରତିଶତରେ ପହଚିଂଥିବାରୁ ସଭାର ସଭାପତି ଶ୍ରୀ ସାମଲ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ । ଅଧିକ ସଂଖ୍ୟକ ଅମ୍ଳଜାନ ପ୍ରଦାନକାରୀ ବୃକ୍ଷ ଯଥା: ନିମ୍ବ, ଅଶ୍ୱତ୍‌ଥ, ତୁଳସୀ ଆଦି ବୃକ୍ଷରୋପଣ କରିବାକୁ ସେ ପରାମର୍ଶ ଦେଇଥିଲେ । ବୃକ୍ଷ ଏକାଧାରାରେ ପରିବେଶ ସନ୍ତୁଳନରେ, ଖାଦ୍ୟ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସନ୍ତୁଳନ କରିବା ଆଦି ବହୁ କାର୍ଯ୍ୟରେ ସହାୟକ ହୋଇ ଚାଲିଛି । ଚାରିଆଡେ କଂକ୍ରିଟକରଣ ହେଉଥିବାରୁ, କଳ କାରଖାନାର ଧୂଳି ଧୂଆଁ, ଗାଡି ଘୋଡାର ବହୁଳ ବ୍ୟବହାର ଯୋଗୁ ଆଜି ବିଶ୍ୱର ତାପମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇ ଚାଲିଥିବାରୁ ଉଦ୍‌ବେଗ ପ୍ରକାଶ କରି ପରିବେଶର ସନ୍ତୁଳନ ଉପରେ ସମସ୍ତେ ଧ୍ୟାନ ଦେବା ଉଚିତ୍ । ସମସ୍ତେ ପ୍ରକୃତିକୁ ଭଲ ପାଇବା ସହ ଆନ୍ତରିକତାର ସହ ଏହାର ସୁରକ୍ଷା ପାଇଁ ଯତ୍ନଶୀଳ ଉଦ୍ୟମ ନ କଲେ ମନୁଷ୍ୟ ସମାଜ ପାଇଁ ପ୍ରକୃତି ଦାରୁଣ ହୋଇପାରେ ବୋଲି ବକ୍ତାମାନେ ଆଶଙ୍କା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଳି ସାହୁ, ବିନୋଦିନୀ ବଳ, ବିନିତା ପରିଡ଼ା, ପ୍ରଲିପ୍ସା ତ୍ରିପାଠୀ, ବିଦ୍ୟୁତ୍‌ପ୍ରଭା ରାୟ, ପ୍ରଦୀପ ବାରିକ, ସୁମନ ରାୟ, ରାଜେନ୍ଦ୍ର ପାଣିଗ୍ରାହୀ, ସମୀର ମିଶ୍ର, ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ବଟକୃଷ୍ଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସଭାପରେ ବୃକ୍ଷରୋପଣ କରାଯାଇଥିଲା । ଶେଷରେ ସନାତନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !