Posts

Showing posts from August 30, 2023

ସନାତନ ଧର୍ମ ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ର ମହତ୍ତ୍ଵ l

Image
ବ୍ୟୁରୋ ରିପୋର୍ଟ :- ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଏକ ହିନ୍ଦୁ ପର୍ବ ଯାହା ଭାରତରେ ବିଭିନ୍ନ ସ୍ଥାନରେ ପାଳନ କରାଯାଇଥାଏ। ଏହା ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ। ତେଣୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଏହି ପର୍ବ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସଂପର୍କର ବନ୍ଧନକୁ ସୁଦୃଢ଼ କରିଥାଏ। ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଏବଂ ଭାଇର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ। ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ। ପୌରାଣିକ କଥା – ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ରାଜା ବଳି ଥିଲେ ମହାଦାନୀ। ଭଗବାନ ବିଷ୍ଣୁ଼ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖକୁ ଭିକ୍ଷା ଆଣିବାକୁ ଯାଇଥିଲେ। ବ୍ରାହ୍ମଣ ଭାବେ ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ। ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତୃତୀୟ ପାଦ ରଖିବାକୁ ସ୍ଥାନ ନ ଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ। ହେଲେ ତାଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସ