Posts

Showing posts from August 5, 2024

ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆମଦାନୀ ହେବ : - ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ଆମଦାନୀ କରିବାକୁ କହିଲେ ଯୋଗାଣ ମନ୍ତ୍ରୀ । ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସୁଛି ବୋଲି କହିଲେ ମାନ୍ୟବର ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ ବୋଲି କହିଲେ ମନ୍ତ୍ରୀ ଶ୍ରୀ ପାତ୍ର, ଓଡ଼ିଶାରେ ୟୁପି ଆଳୁ ବିକ୍ରି ହେଲାଣି, କ୍ୱାଲିଟି ବହୁତ ଭଲ । ପଶ୍ଚିମବଙ୍ଗ ବ୍ଲାକମେଲ୍‌ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି ସେ କହିଛନ୍ତି । ତେବେ ଯେଗାଣ ମନ୍ତ୍ରୀ ପାତ୍ର ପୂର୍ବରୁ କହିଥିଲେ, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ତେଣୁ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଥିଲେ । ସରକାର ସବୁବେଳେ ଜନସାଧାରଣ ଙ୍କ ଅସୁବିଧା କୁ ନେଇ ତତ୍ପର ଅଛି l ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ l

ଭାରତ-ବାଂଲାଦେଶ ବର୍ଡରରେ ବିଏସଏଫକୁ ହାଇ ଆଲ ଆଲର୍ଟା ଜାରି l

Image
  ବ୍ୟୁରୋ ରିପୋର୍ଟ :- ହିଂସା ଓ ବିଦ୍ରୋହ କାରଣରୁ ମାତ୍ର କିଛି ମାସ ତଳେ ନିର୍ବାଚନ ଜିତିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସନା ଭୟରେ ଦେଶ ଛାଡ଼ିଛନ୍ତି । ଦେଶ ଛାଡ଼ିବା ପୂର୍ବରୁ ସେ ବାଂଲାଦେଶ ସେନାର ନିର୍ଦ୍ଦେଶରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବାଂଲାଦେଶ ସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ନିଜ ଭଉଣୀଙ୍କୁ ଧରି ଦେଶ ଛାଡ଼ିଛନ୍ତି । ବାଂଲାଦେଶରେ ଏବେ ସାମରିକ ଶାସନ ପ୍ରତିଷ୍ଠା ହେବାକୁ ଯାଉଛି । ଆଉ ଏହାରି ଭତରେ ଆଉ ଏକ ବଡ଼ ଖବର ସମ୍ନାକୁ ଆସିଛି । ସେ ଆଜି ଅପରାହ୍ନ ସୁଦ୍ଧା ନୂଆଦିଲ୍ଲୀ ଆସିପାରନ୍ତି । ଏବେ ସେ ବାୟୁସେନାର ଏକ ବିମାନରେ ଅଛନ୍ତି । ସେ ଦିଲ୍ଲୀ ଆସି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂତ୍ରରୁ ସୂଚନା ମିଳିଛି । ଶେଖ ହସିନାଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ହେବ? ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଚର୍ଚ୍ଚା ହେଉଛି ଯେ ସେ ଭାରତ ଦେଇ ବ୍ରିଟେନ (ଲଣ୍ଡନ), ଫିନଲ୍ୟାଣ୍ଡ କିମ୍ବା ସ୍ୱିଜରଲ୍ୟାଣ୍ଡକୁ ଯାଇପାରନ୍ତି । ଶେଖ ହସିନା ଭାରତକ ଆସିବା ଖବର ପରେ ଭାରତ ବାଂଲାଦେଶ ବର୍ଡର ରେ ବିଏସଏଫ ଯବାନଙ୍କୁ ହାଇ ଆଲର୍ଟ କରାଯାଇଛି । ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ସୀମାରେ ହାଇ ଆଲ ଆଲର୍ଟା ବିଏସଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଈଝୠ ଡିଜି ମଧ୍‌ଯ କୋଲକାତାରେ ପହଞ୍ଚିଛନ୍ତି । ସୀମାରେ

ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ରାଜ୍ୟର ମୋହନ ମାଝୀଙ୍କ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାପରେ ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏହା ପ୍ରଥମ ବଡ଼ଧରଣର ଅଦଳବଦଳ।ନବୀନ ପଟ୍ଟନାୟକ ସରକାରଙ୍କ ଖାସ୍ ଥିବା କିଛି ଓଏଏସ୍ ଅଫିସରଙ୍କୁ ମଧ୍ୟ ଆଜିର ବଦଳିରେ ନୂଆ ଦାୟିତ୍ୱ ମିଳିଛି । ନବୀନ ପଟ୍ଟନାୟକ ସରକାରରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ ଓଏଏସ୍ ଲାଲା ମନୋଜ କୁମାର ରାୟ, ଶୁଭ୍ରାଂଶୁ ମିଶ୍ର, ମନୋଜ କୁମାର ସ୍ୱାଇଁ ଓ ରବୀନ୍ଦ୍ର କୁମାର ସେଠୀଙ୍କ ସମେତ ପୂର୍ବ ସରକାରର ବିଭିନ୍ନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ମଧ୍ୟ ଆଜି ନୂଆ ନିଯୁକ୍ତି ମିଳିଛି । ରାଜ୍ୟରେ ମୋହନ ସରକାର କ୍ଷମତାସୀନ ହେବାପରେ ବିଜେଡିର ଏହି ଖାସ୍ ଅଫିସରମାନଙ୍କୁ ରାଜ୍ୟ ସଂସଦୀୟ ବ୍ୟାପାର ଓ ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରିଦିଆଯାଇଥିଲା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ମୋଟ ୨୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । କୃଷି ଓ କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ବରିଷ୍ଠ ଓଏଏସ୍ ଗଙ୍ଗାଧର ନାୟକଙ୍କ ଗତ ଫେବୃୟାରୀ ୧୩ତାରିଖରେ ଓଡ଼ିଶା ମାନବାଧିକାର କମିଶନଙ୍କ ସଚିବ ଭାବେ ବଦଳିକୁ ଆଜି ବାତିଲ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଥିଲେ, ଏବେ ମିଳିଲା ନୂଆ ଦାୟିତ୍ୱ ଲାଲା ମନୋଜ କୁ