ଆଇନ ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସୁକିନ୍ଦାରେ ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ଶୋଭାଯାତ୍ରା, ବିକ୍ଷୋଭ l

ଯାଜପୁର (ସୁକିନ୍ଦା): - ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଭାଜପା ନେତା କୁଳମଣି ବରାଳ ଓ ତାଙ୍କର ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ମାହାଙ୍ଗାର ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରରୋଚନାରେ ତାଙ୍କର ସମର୍ଥକମାନେ ହତ୍ୟା କରିଥିବା ଅଭିଯୋଗରେ ସୁକିନ୍ଦା ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ୫ତାରିଖ ପୂର୍ବାହ୍ନରେ ସୁକିନ୍ଦା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଭାଜପାର ଶତାଧିକ ସମର୍ଥକ ସୁକିନ୍ଦାଗଡ ରଥଚ୍ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ବିରୋଧୀ ନାରାଦେଇ ଥାନା ସମ୍ମୁଖରେ ପହଞ୍ଚିଥିଲେ l ସେଠାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା l ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ସହଯୋଗୀମାନଙ୍କୁ ତୁରନ୍ତ ଗିରଫ ଓ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଦାବିକରି ଯୁବମୋର୍ଚ୍ଚl ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଥାନା ଆଇ. ଆଇ.ସି. ଶିବ ଚରଣ ବେହେରାଙ୍କୁ ପ୍ରଦାନ କରାଯାଇଥିଲା l ଯାଜପୁର ଜିଲ୍ଲା ଭାଜପା ଯୁବମୋର୍ଚ୍ଚl ଉପ ସଭାପତି ରବୀନ୍ଦ୍ର କୁମାର ପୁହାଣ, ସୁକିନ୍ଦାଗଡ ସରପଞ୍ଚ ମନ୍ଦାକିନୀ ସେଠି, ଭାଜପା ନେତା ପୁଷ୍ପକ ମହାପାତ୍ର, ସରୋଜ ବାରିକ, ଶୁଭକାନ୍ତ ମହାନ୍ତି, ପ୍ରତିଭା ଚକ୍ର, ଜିତେନ୍ଦ୍ର ମହାନ୍ତ, ପ୍...