ଜଙ୍ଗଲ ଭିତରେ ଶବ କୁ ଠାବ କଲା ପୋଲିସ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ଜଙ୍ଗଲ ଭିତରୁ ଗଳିତ ଶବ ଉଦ୍ଧାର ଯାଜପୁର (ଟମକା) : ଟମକା ପୁଲିସ୍ ଗୁରୁବାର ଟମକା ମହାଗିରୀ ପାହାଡ଼ ପାଖରୁ ଏକ ଯୁବକ ର ଗଳିତ ମୃତ ଦେହ ଉଦ୍ଧାର କରିଛି । ଶବକୁ ବ୍ୟବଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଘଟଣାର ଅନୁସନ୍ଧାନ ଜାରି ରଖିଥିବା ବେଳେ ସନ୍ଧ୍ୟାରେ ଯୁବକର ପରିଚୟ ମିଳିଛି । ମୃତ ଯୁବକ ଜଣଙ୍କ ଦେଉଳ କଣ ପଞ୍ଚାୟତ ଖଣ୍ଡୁରାଇ ପାଟଣା ଗ୍ରାମର ସ୍ଵର୍ଗତ ରଇବୁ ମହାନ୍ତଙ୍କ ପୁଅ ସନାତନ ବୋଲି ଜଣା ପଡିଛି । ମିଳିଥିବା ଖବର ମୁତାବକ ଜଙ୍ଗଲ ଭିତରେ ଏକ ମୃତଦେହ ପଡିଥିବା କୌଣସି ସୂତ୍ରରୁ ଖବର ପାଇ ଟମକା ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ଅନୁସନ୍ଧାନ କରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଯୁବକର ପରିଚୟ ମିଳିନଥିବା ବେଳେ ପୁଲିସ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା । ପରେ ଖବର ପାଇଁ ସନାତନଙ୍କ ପରିବାର ଲୋକ ପୋଲିସ ଉଦ୍ଧାର କରିଥିବା ଶବ ର ଫଟୋ ଦେଖି ସନ୍ଧ୍ୟାରେ ସେ ସନାତନ ବୋଲି ଚିହ୍ନଟ କରିଥିଲେ l ସେତା୨୯-୩-୨୦୨୦ ରବିବାର ରୁ ଘରୁ ନିଖୋଜରହିଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି l