ଦୁର୍ଲଭ କଳା ପରିଷଦ ମଞ୍ଚ ରେ ୭୮ ତମ ସ୍ଵାଧୀନତା ଦିବସ ପାଳନ l
ଯାଜପୁର ୧୬/୦୮(ବ୍ୟୁରୋ ରିପୋର୍ଟ):- ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ପକ୍ଷରୁ ୭୮ତମ ସ୍ୱାଧିନତା ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁରରୋଡ଼ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ତ୍ରିରଂଙ୍ଗାକୁ ଉତୋଳନ କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ନୃସିଂହ ଚରଣ ବଳ, ମହାରାଷ୍ଟ୍ର ନାଗପୁରର ଯୁବ ସମାଜସେବୀ ସନ୍ଦିପ ତାରାଚାନ୍ଦ ଭୋଣ୍ଡେ, ସେଂଟ୍ ଜାଭିର୍ୟସ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବିଦ୍ୟାସାଗରନାଥ ତିୱାରୀ, ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ‘ରୀତା ଭିଜନ’ର ସଂପାଦକ ତଥା "ଉଦୟବଟ" ର ବାର୍ତ୍ତା ସମ୍ପାଦକ ଉମାକାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଖବର ପ୍ରକାଶନ ସହ ‘ଉଦୟବଟ’ ଦୀର୍ଘ ୦୩ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ସାମାଜିକ ତଥା ଜନକଲ୍ୟାଣକାରୀ ଓ ସଚେତନତାଭିତିକ କାର୍ଯ୍ୟକ୍ରମ ଆଦି ଜାରୀ ରଖିଥିବାରୁ ଏହାର ଭୂୟସୀ ପ୍ରଂଶସା କରିଥିଲେ ।‘ଉଦୟବଟ’ର କାର୍ଯ୍ୟନିର୍ବାହୀସଂପାଦିକା ବିଦ୍ୟୁତ୍ପ୍ରଭା ରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ଦୁର୍ଲ୍ଲଭ କଳା ପରିଷଦ’ର କଳାକାର ସୁମିତ୍ରା ମିଶ୍ର ଓ ଅନ୍ୟମାନେ ଦେଶାତ୍ମବୋଧକ ସଂଗୀତ ଗାନ କର...