Posts

Showing posts from September 11, 2024

ଗୋମାତାଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଲେ ସରକାର l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଗୋ ମାତା ଙ୍କ ସୁରକ୍ଷା ଓ ଗୋ ଚାଲାଣ କୁ ନିୟନ୍ତ୍ରଣ କରିବାକୁ ରାଜ୍ଯ ସରକାରଙ୍କ ବଡ଼ ପଦକ୍ଷେପ l ଏଣିକ ରାଜ୍ୟରେ ହେବ ୨ ଶହ ଗୋଶାଳ ଏଥି ସହିତ ଗୋଖାଦ୍ୟ ପାଇଁ ପ୍ରତ୍ୟେକ ଦିନ ୫୪ ଟଙ୍କା ମିଳିବ । ଏନେଇ ବୁଧବାର ଦିନ ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ସେହିପରି ଗୋଶାଳାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଋଣ ଦେଉଛନ୍ତି ଏବଂ ୯୦ ପ୍ରତିଶତ ଋଣ ଛାଡ଼ ମଧ୍ୟ କରୁଥିବା ନେଇ ମନ୍ତ୍ରୀ କହିଛନ୍ତି । ଗୋଖାଦ୍ୟ ପାଇଁ ଦୈନିକ ୪୫ଟଙ୍କା ମଧ୍ୟ ସରକାରଙ୍କ ତରଫରୁ ମିଳିବ । ଏହିସହ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ମନ୍ତ୍ରୀ ଅପିଲ୍ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଗୋ ସମ୍ପଦ ର ବିକାଶ ସହିତ ବେରୋଜଗାର ସମସ୍ୟାର ଦୂରୀକରଣ ହେବ l ରାସାୟନିକ ସାର ବଦଳରେ ଚାଷିଙ୍କୁ ଜୈବିକ ସାର ଢେର୍ ଅଧିକ ମିଳିପାରିବ l ଜୈବିକ ପ୍ରକ୍ରିୟା ରେ ଚାଷ ହେଲେ ରାଜ୍ୟରେ ଲୋକମାନେ ସୁସ୍ଥ ନିରୋଗ ରହିପାରିବେ l