Posts

Showing posts from October 10, 2020

ଯୋବ୍ରା - ତାଳଦଣ୍ଡା କେନାଲ ରାସ୍ତା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ l

Image
ବ୍ୟୁରୋ ରିପୋର୍ଟ - କଟକ ଏସସିବି ମେଡିକାଲରେ ରୋଗୀଙ୍କ ପହଁଚିବା ଏବେ ଆହୁରି ସହଜ ହେବ। ସମସ୍ତଙ୍କ ପାଇଁ ଉନ୍ନତମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଓ କଟକ ସହରରେ ଗମନାଗମନ ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା  ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ପ୍ରସାରିତ ଯୋବ୍ରା-ତାଳଦଣ୍ଡା କେନାଲ ରାସ୍ତା ଉଦଘାଟନ କରିଛନ୍ତି। ଏସସିବି ମେଡିକାଲ କଲେଜ କୁ ବିଶ୍ୱସ୍ତରୀୟ କରିବା ଉଦ୍ଧେଶ୍ୟରେ ଉତ୍ସର୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ l ତିନି ଲେନ୍ ବିଶିଷ୍ଟ ଏହି ଯୋବ୍ରା - ତାଳଦଣ୍ଡା କେନାଲ ରାସ୍ତା ରେ ସବୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି l ଆମ୍ବୁଲାନ୍ସ ପାଇଁ, ପାଦଚଲା ପାଇଁ ସେହିପରି ଦୁଇଚକିଆ ଯାନ ଓ ଚାରିଚକିଆ ଯାନ କୁ ପ୍ରାଧାନ୍ୟ ଦେଇ ରାସ୍ତା ନିର୍ମାଣ କରାଯାଉଛି l