Posts

Showing posts from September 5, 2022

ଗଣେଶ ପୂଜା ଅବସରରେ ସତସଂଘ କାର୍ଯ୍ୟକ୍ରମ ଅନୁଷ୍ଠିତ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ବଙ୍ଗୋମୁଣ୍ଡାବ୍ଲକ ଅନ୍ତର୍ଗତ ଜାମଖୁଣ୍ଟା ଗ୍ରାମପଞ୍ଚାୟତ ର ଶ୍ରୀରାମ ଗ୍ରାମ ରେ ନେତାଜୀଯୁବକସଙ୍ଗ ତରଫରୁ ଗଣେଶ ପୁଜା ପାଳନ କରାଯାଇ ଥିଲା I ଏହି ଉପଲକ୍ଷେ ଆୟୋଜକ ମାନେ ଏକ ସତସଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l ମୁଖ୍ୟ ଅତିଥି ଭାବେ ସତଗୁରୁ ଯୋଗେଶ୍ୱର ବେହେରା, କନକବର୍ଦ୍ଧନ ସାହୁ ଯୋଗଦେଇ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବନା ଆଣିବା ସହିତ ଗୁରୁ ମନ୍ତ୍ର ଏବଂ ଭାଗବତ ଚିନ୍ତାଧାରା ଉପରେ ଆଧାରିତ ବିଷୟବସ୍ତୁ ପ୍ରେରଣ କରିଥିଲେ l ଏହି କର୍ଯ୍ୟକ୍ରମ ରେ ଗ୍ରାମ ର ସଚ୍ଚିଦାନନ୍ଦ ଭାଗବତ ସଂଘ ର ସଭାପତି ଦାଶରଥି ବେହେରା ଓ ଉପ ସଭାପତି କାନ୍ତି ନାୟକ ,ଭାଗବତ ପ୍ରେମି ଏକା ବେହେରା, ବିଷ୍ଣୁ ବେହେରା, ହିମାଞ୍ଚଳ ବେହେରା, ପୁଷ୍ପ ବେହେରା, ଗଣପତି ପୁଟେଲ, କୋକିଲ ପୁଟେଲ, ଜାଗା ବେହେରା ପ୍ରମୁଖ ଯୋଗଦେଇ ଥିଲେ I ବହୁ ସଂଖ୍ୟାରେ ଶ୍ରୋତା ଏବଂ ଭାଗବତ ପ୍ରେମୀ ଉତ୍ସାହ ସହ ଭାଗନେଇଥିଲେ l

ଟ୍ରେନ ଲାଇନରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କଲା ରେଲୱେ ପୋଲିସ I

Image
ଯାଜପୁର(ବ୍ୟାସନଗର) :-ଜିଲ୍ଳା ର ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ଯାଜପୁର - କେନ୍ଦୁଝର ରୋଡ଼ ରେଲୱେ ଷ୍ଟେସନ ନିକଟସ୍ଥ ୨୫ ନଂ ୱାର୍ଡର ଚୂନାଭାଟି ଲେପର୍ସି କଲୋନୀ ସ୍ଥିତ ରେଳ ଲାଇନରୁ ଏକ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର କରିଛି ରେଲୱେ ପୋଲିସ୍ I ଟଣାରୁ ପ୍ରକାଶ ଯେ ୪ ତାରିଖ ସଖାଳ ପ୍ରାୟ ୧୦ :୩୦ ମି ସମୟରେ ସ୍ଥାନୀୟ ଲୋକେ   ଏହି ମୃତ ଶରୀରକୁ ଦେଖି ରେଲୱେ ପୋଲିକୁ I କରିଥିଲେ l ଖବର ପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି I ମୃତ ଯୁବକ ଜଣକର ପରିଚୟ ମିଳିପାରିନଥିବା ବେଳେ ଏହା କୌଣସି ରେଳ ଯାତ୍ରୀ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି l ଏନେଇ କେସ ନଂ ୬0/୨୨ ରେ ଏକ ଅପମୃତ ମାମଲା ୠଜୁକରି ଘଟଣାର ତଦନ୍ତ ଜାରିରହିଛି ବୋଲି ସୂଚନା ଦେଇଛନ୍ତି ରେଲୱେ ପୋଲିସ ଅଧିକାରୀ ପପୁ କୁମାର ନାୟକ l