ପୋଲିସ୍ କବଜା ରେ ଗଞ୍ଜେଇ ମାଫିଆ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ... l

କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା ନନ୍ଦପୁରବ୍ଲକ ଅନ୍ତର୍ଗତ ପିତାଗୁଡା ଚେକଗେଟ ଠ।ରେ ନନ୍ଦପୁର ପୋଲିସ ଖବର ପାଇ ପ୍ରାୟ ୪୦୫କେଜି ୫୩୦ଗ୍ରାମ ଗଞ୍ଜେଇ ଜବତ କରିଛି ନନ୍ଦପୁର ପୋଲିସ। ସୂଚନା ମୁତାବକ ପୋଲିସ ପେଟ୍ରୋଲିଙ୍ଗ କରିବା ସମୟରେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଝଲାପୁଟ ଠାରୁ ଏକ ପିକଅପ୍ ଭ୍ଯାନ (ଓଆର୧୦ଡି୪୫୦୮)ରେ ଗଞ୍ଜେଇ ଜୟପୁରକୁ ଚାଲାଣ ହେଉଥିଲା ତେଣୁ ଏସ୍ ଡି ପିଓ ତପନ କୁମାର ମହାନନ୍ଦିଆଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ପୋଲିସ ଓ ଆଇଆଇସି କପିଳାସ ବେହେରା ପିତାଗୁଡା ଗେଟ ଠାରେ ପଚାର ଉଚାର କରି ଏହି ପିକଅପ୍ ଭ୍ଯାନ ଜବତ କରି ଗଞ୍ଜେଇ ସହ ୩୭୦ଟଙ୍କା ଓ ତିନୋଟି ମୋବାଇଲ ଫୋନ ଜବତ କରିଛି ନନ୍ଦପୁରପୋଲିସ।ଗଞ୍ଜେଇର ଦାମ ୬ଲକ୍ଷ ରୁ ଉର୍ଦ୍ଧ ବୋଲି ଜଣାପଡିଅଛି I ସମସ୍ତ ଗିରଫ ମାନଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି l