Posts

Showing posts from August 3, 2022

ଇଣ୍ଡିଆ ବୁକ ଅଫ ରେକର୍ଡ କରି ଯାଜପୁର ମାଟିର ଗୌରବ ଆଣିଲେ ୫ ବର୍ଷର ଶିଶୁ ଜନ୍ମଞ୍ଜୟ |

Image
ଯାଜପୁର - ଜିଲ୍ଳା ର ବ୍ୟାସନଗର ସହର ସ୍ଥିତ କହ୍ନେଇପୁର ରେ ଶିଶୁ ଛାତ୍ର ଜନ୍ମଞ୍ଜୟଙ୍କ ଘର | ବାପା ଧନଞ୍ଜୟ ମହାନ୍ତି ଜଣେ ଜିନ୍ଦଲ କାରଖାନାର କ୍ୱାଲିଟି ଡିପାର୍ଟମେଣ୍ଟର ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ମା ଲୋପାମୁଦ୍ରା ମହାନ୍ତି ଜଣେ ଆଦର୍ଶ ଗୃହିଣୀ ଭାବେ ପରିଚିତ | ଜନ୍ମଞ୍ଜୟଙ୍କ ବୟସ ୫ ବର୍ଷ ହୋଇଥିବାବେଳେ ଜନ୍ମରୁ ସେ ୩ ବର୍ଷ ପର୍ଯ୍ୟନ୍ତ କଥା କହିପାରୁନଥିଲେ | ଫଳରେ ବାପା ମା ତଥା ପରିବାର ବର୍ଗଙ୍କ ମନରେ ଦୁଃଖପ୍ରକାଶ ପାଇଥିଲା କିନ୍ତୁ ପରେ ପରେ ଭଗବାନଙ୍କ ଆଶୀର୍ବାଦରୁ ଜନ୍ମଞ୍ଜୟଙ୍କ ଭାଗ୍ୟ ଖୋଲିବା ପରି ସେ କଥା କହିବାକୁ ସକ୍ଷମ ହୋଇପାରିଲେ I ଏକ ବର୍ଷ ଭିତରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ | ପୁଅର ଆଗ୍ରହକୁ ଦେଖି ବାପା ଓ ମାଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଭରିଯାଇଥିଲା | ଧିରେ ଧିରେ ଜନ୍ମଞ୍ଜୟ ପାଠ ପଢିଚାଲିଲେ, ଇଂରାଜୀ ପଢିବା ଓ ଲେଖିବାରେ ପ୍ରବୀଣ ହେବାରେ ଲାଗିଲେ | ଏହାକୁ ନେଇ ବାପା ଧନଞ୍ଜୟ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ପୁଅ ଜନ୍ମଞ୍ଜୟଙ୍କୁ ସାମିଲ କରିଥିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭା I  ଏମିତିକି ୨ଦିନ ମଧ୍ୟରେ ଏକ ହଜାର ଅଠାବନଟି ଇଂରାଜୀ ଶବ୍ଦ ଲେଖିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭାକୁ ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡର ଜୁରୀ ମାନେ ମୁଗ୍ଧ ହୋଇ ଏହି ୫ ବର୍ଷର ଶିଶୁ ଜନ୍ମଞ୍ଜୟଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ କରି ତାଙ୍କୁ ପରିଚୟ ପତ୍ର,