ଇଣ୍ଡିଆ ବୁକ ଅଫ ରେକର୍ଡ କରି ଯାଜପୁର ମାଟିର ଗୌରବ ଆଣିଲେ ୫ ବର୍ଷର ଶିଶୁ ଜନ୍ମଞ୍ଜୟ |


ଯାଜପୁର - ଜିଲ୍ଳା ର ବ୍ୟାସନଗର ସହର ସ୍ଥିତ କହ୍ନେଇପୁର ରେ ଶିଶୁ ଛାତ୍ର ଜନ୍ମଞ୍ଜୟଙ୍କ ଘର | ବାପା ଧନଞ୍ଜୟ ମହାନ୍ତି ଜଣେ ଜିନ୍ଦଲ କାରଖାନାର କ୍ୱାଲିଟି ଡିପାର୍ଟମେଣ୍ଟର ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ମା ଲୋପାମୁଦ୍ରା ମହାନ୍ତି ଜଣେ ଆଦର୍ଶ ଗୃହିଣୀ ଭାବେ ପରିଚିତ | ଜନ୍ମଞ୍ଜୟଙ୍କ ବୟସ ୫ ବର୍ଷ ହୋଇଥିବାବେଳେ ଜନ୍ମରୁ ସେ ୩ ବର୍ଷ ପର୍ଯ୍ୟନ୍ତ କଥା କହିପାରୁନଥିଲେ | ଫଳରେ ବାପା ମା ତଥା ପରିବାର ବର୍ଗଙ୍କ ମନରେ ଦୁଃଖପ୍ରକାଶ ପାଇଥିଲା କିନ୍ତୁ ପରେ ପରେ ଭଗବାନଙ୍କ ଆଶୀର୍ବାଦରୁ ଜନ୍ମଞ୍ଜୟଙ୍କ ଭାଗ୍ୟ ଖୋଲିବା ପରି ସେ କଥା କହିବାକୁ ସକ୍ଷମ ହୋଇପାରିଲେ I ଏକ ବର୍ଷ ଭିତରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ | ପୁଅର ଆଗ୍ରହକୁ ଦେଖି ବାପା ଓ ମାଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଭରିଯାଇଥିଲା | ଧିରେ ଧିରେ ଜନ୍ମଞ୍ଜୟ ପାଠ ପଢିଚାଲିଲେ, ଇଂରାଜୀ ପଢିବା ଓ ଲେଖିବାରେ ପ୍ରବୀଣ ହେବାରେ ଲାଗିଲେ | ଏହାକୁ ନେଇ ବାପା ଧନଞ୍ଜୟ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ପୁଅ ଜନ୍ମଞ୍ଜୟଙ୍କୁ ସାମିଲ କରିଥିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭା I 
ଏମିତିକି ୨ଦିନ ମଧ୍ୟରେ ଏକ ହଜାର ଅଠାବନଟି ଇଂରାଜୀ ଶବ୍ଦ ଲେଖିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭାକୁ ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡର ଜୁରୀ ମାନେ ମୁଗ୍ଧ ହୋଇ ଏହି ୫ ବର୍ଷର ଶିଶୁ ଜନ୍ମଞ୍ଜୟଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ କରି ତାଙ୍କୁ ପରିଚୟ ପତ୍ର, ପ୍ରମାଣ ପତ୍ର, କଲମ ଓ ଏକ ଇଣ୍ଡିଆ ବୁକ ଅଫ ରେକର୍ଡ ପୁସ୍ତକ ପ୍ରଦାନ କରିଥିଲେ | ଜନ୍ମଞ୍ଜୟ ଙ୍କୁ ୫ ବର୍ଷ ପୁରୀ ଯାଇଥିଲେ ମଧ୍ୟ ଏଯାଏଁ ବିଦ୍ୟାଳୟର ମାଟି ମାଡିନାହାନ୍ତି | ଅ ଆ ଲେଖିଶିଖିବା ସମୟରେ ଏହି କୋମଳମତି ଶିଶୁଟି ଆଜି ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜକୁ ସାମିଲକରି ଇତିହାସ ରହିଛନ୍ତି |ପୁଅର ଏଭଳି ପ୍ରତିଭାକୁ ନେଇ ବାପା ମା ଗର୍ବିତ ବୋଲି କହନ୍ତି l ଧନଞ୍ଜୟଙ୍କ ଜନ୍ମସ୍ଥାନ ଯାଜପୁର ଟାଉନ ଦଶରଥପୁର ବ୍ଲକ ଅଧିନସ୍ଥ ହାଟଡିହ କଣ୍ଟାବଣିଆ ଛତ୍ରପଡାରେ ହୋଇଥିବବେଳେ ସେ ଦୀର୍ଘ ୭ ବର୍ଷଧରି ସ୍ତ୍ରୀ ଲୋପାମୁଦ୍ରା ବଡ଼ ପୁଅ ଓ ସାନପୁଅ ଜନ୍ମଞ୍ଜୟ ଙ୍କ ସପରିବାରକୁ ନେଇ ଯାଜପୁର ରୋଡ଼ ସ୍ଥିତ କହେଁଇପୁରରେ ରହନ୍ତି |

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !