Posts

Showing posts from June 16, 2024

ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏବଂ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରକ୍ତ ଭଣ୍ଡାରର ମିଳିତ ଆନୁକୂଲ୍ୟରେ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ସ୍ଥିତ ଡିଇଟି ଅଡିଟୋରିୟମରେ ୧୩ ତାରିଖ ଗୁରୁବାର ଏକ ରକ୍ତଦାନ ଶିବିରରେ ଅନୁଷ୍ଠିତ ହୋଇଯାଇଛି । ୱେଲନେସ୍ କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୨୦୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।  ଟିଏସକେର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି, ଟିଏସକେର ମୁଖ୍ୟ ପ୍ରଶାସକ ଆଶିଷ କୁମାର, ଯାଜପୁର ରକ୍ତଭଣ୍ଡାର ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ ଓ ଡାକ୍ତର ସୁଜିତ ମନୋହର ସ୍ୱାଇଁଙ୍କ ଉପସ୍ଥିତିରେ ଟିଏସକେର ଷ୍ଟିଲ ମେଲଟିଂ ଶପର ମୁଖ୍ୟ ଆଶୁତୋଷ କୁମାର ଓ ଟିଏସକେ ସୁରକ୍ଷା ବିଭାଗ ମୁଖ୍ୟ ଆରଏସ ମିଶ୍ର ମିଳିତ ଭାବେ ଏହି ରକ୍ତଦାନ ଶିବିରକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ ଓ ଯାଜପୁର ଡିଏଚଏଚର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରକ୍ତଦାନର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଜୀବନ ରକ୍ଷାକାରୀ ପଦକ୍ଷେପରେ ସାମିଲ ହେବପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା । ଏହି ଶିବିରରେ ଟାଟା ଷ୍ଟିଲର କର୍ମଚାରୀ, ଏସଏନଟିଆଇ ପ୍ରଶିକ୍ଷାର୍ଥୀ ଏବଂ ଠିକା କ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା ଓ ଦାନଗଦୀରେ ରଜ ମହୋତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା ର ଦାନଗଦୀ ଓ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋବରଘାଟି, ତ୍ରିଜଙ୍ଗା ଓ ସନସାଇଲୋ ପଞ୍ଚାୟତରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ‘ରଜ ମହୋତ୍ସବ’ ପାଳିତ ହୋଇଯାଇଛି । ଏକତା, ଆନନ୍ଦ ଓ ସାଂସ୍କୃତିକ ଗୌରବର ଭାବନା କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉତ୍ସବରେ ସ୍ଥାନୀୟ ଅଞ୍ଚଳର ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ବାଳିକାଙ୍କ ସମେତ ୯୦୦ରୁ ଅଧିକ ଜଣ ସାମିଲ ହୋଇଥିଲେ । ୩ଟି ପଞ୍ଚାୟତର ୪ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ‘ରଜ ମହୋତ୍ସବ’ର ମର୍ଯ୍ୟାଦା କୁ ଦର୍ଶାଯାଇଥିଲା ଏବଂ ଋତୁସ୍ରାବ ସମ୍ପର୍କିତ କୁଇଜ୍‌, ରୋଷେଇ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ଓ ନୃତ୍ୟ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ନାରୀତ୍ୱକୁ ପାଳନ କରିବା ଏବଂ ସମ୍ପ୍ରଦାୟ ମଧ୍ୟରେ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିବା ସହ ଏହି ଉତ୍ସବକୁ ଅଂଶଗ୍ରହଣକାରୀମାନଙ୍କ ପାଇଁ ଉଭୟ ଆନନ୍ଦଦାୟକ ଏବଂ ଶିକ୍ଷଣୀୟ କରିବା । ଏହି ଉତ୍ସବ କେବଳ ସାମୂହିକ ସଂପୃକ୍ତି ଏବଂ ସାଂସ୍କୃତିକ ସଂରକ୍ଷଣର ଗୁରୁତ୍ୱ ଉପରେ ଆଲୋକପାତ କରିନଥିଲା ବରଂ ଏକତା ଏବଂ ପାରସ୍ପରିକ ସମ୍ମାନକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା । ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ମହିଳା ଓ ବାଳିକାଙ୍କ ଉତ୍ସାହ ରଜ