Posts

Showing posts from March 17, 2023

ଚକୁଆରେ ଜୟ ଶ୍ରୀ ହନୁମାନ ଙ୍କ ନବମ ବାର୍ଷିକ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l

Image
ଦାନଗଦୀ :- ଏହି ବ୍ଲକ ଅନ୍ତର୍ଗତ ଖପୁରିଆପଦା ପଂଚାୟତ ର ଚକୁଆ ଗ୍ରାମ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ଜୟ ହନୁମାନଙ୍କ ଙ୍କର ନବମ ବାର୍ଷିକ ଉତ୍ସବ ମହାଯଜ୍ଞ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି I ପ୍ରାତଃ ରୁ କଳସ ଶୋଭାଯାତ୍ରା ପରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଚଣ୍ଡୀ ପାଠ, ଗୀତା ପାଠ, ପ୍ରାଥନା, ଷୋଡଶ ଉପଚାର ପୂଜା ହୋଇଥିଲା I ଯଜ୍ଞ କାର୍ଯ୍ୟ ରେ କର୍ତ୍ତା ଭାବେ ଶିଶିର କୁମାର ଚକ୍ରବର୍ତ୍ତୀ ଓ  ଭାନୁମତୀ ଚକ୍ରବର୍ତ୍ତୀ ଥିଲେ, ଆଖ ପାଖର ବହୁତ ଶ୍ରଦ୍ଧାଳୁ ଯଜ୍ଞ କାର୍ଯ୍ୟ ରେ ଯୋଗ ଦେଇଥିଲେ I ଶତାଧିକ ଭକ୍ତ ପ୍ରସାଦ ସେବନ କରି ଥିଲେ, ଏହି ବାର୍ଷିକ ଉତ୍ସବ ର ପ୍ରତ୍ୟେକ ସନ୍ଧ୍ୟା ରେ ଭଜନ ସମାରୋହ, ପ୍ରବଚନ, ଲଉଡ଼ି ଖେଳ ହୋଇଥିଲା l ଗ୍ରାମର ସନ୍ତୋଷ ଜେନା, ପ୍ରଫୁଲ୍ଲ ସାମଲ,ଗୌରହରୀ ରାୟ, ପତିତପାବନ ଚକ୍ରବର୍ତ୍ତୀ,ବିଜୟ ଦଳାଇ, ସୁକାନ୍ତ ସାମଲ, ପ୍ରଶାନ୍ତ ବିଶ୍ୱାଳ, ନିମାଇଁ ଜେନା, ତପନ ଜେନା, ସଞ୍ଜୟ ସାମଲ, ଅଜୟ ସାମଲ, ପଦ୍ମଲୋଚନ ଜେନା ପ୍ରମୁଖ ଭକ୍ତ ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ଶହ ମହାବୀର ଙ୍କର ବାର୍ଷିକ ଉତ୍ସବ ସମାପନ ହୋଇଥିଲା l 

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ରାଜନୀତି ଉଷ୍ମତା, ବିଜେଡ଼ି ର ଭିତିରି କଥା ସାମ୍ବାଦିକ ସମ୍ମିଳନୀରେ ବଖାଣିଲା ବିଜେପି l

Image
ସୁକିନ୍ଦା:- ନିର୍ବାଚନ ଆହୁରି ପାଖାପାଖି ଏକ ବର୍ଷ ଥିବା ବେଳେ ସୁକିନ୍ଦା ରାଜନୀତିରେ କିନ୍ତୁ ଉଷ୍ମତା ଦେଖୁବାକୁ ମିଳିଲାଣି l ଦୁଇଦିନ ତଳେ ସୁକିନ୍ଦା ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବିଜେପିର ବିଧାୟକ ପ୍ରାର୍ଥୀ ଡ଼. ପ୍ରଦୀପ ବଳସାମନ୍ତ ଏବଂ ବରିଷ୍ଠ ନେତା ଅମଳେନ୍ଦୁ ବେହୁରାଙ୍କ ବିରୋଧରେ ବିଷୋଦ୍ଗାର କରାଯାଇଥିଲା l ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳଙ୍କ ନେତୃତ୍ତ୍ଵରେ କରାଯାଇଥିବା ଉକ୍ତ ସମ୍ମିଳନୀରେ ବିଜେପି ନେତାଙ୍କୁ ଗୁଣ୍ଡା, ବିକାଶ ବିରୋଧୀ, ସ୍ୱାର୍ଥ ପାଇଁ ଦଳ ଡିଆଁ ଆଦି ଆରୋପ ଲଗାଯାଇଥିଲା l ସେଠାରେ ୩୯ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରତାପ ପଟ୍ଟନାୟକ, ଜିଲ୍ଲା ବିଜେଡି ସମ୍ପାଦକ ରଂଜିତ ବେହୁରା, ସୁକିନ୍ଦା ବ୍ଲକ ସଭାପତି ବିବେକାନନ୍ଦ ବୋଷ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ସେମାନଙ୍କ ଆରୋପକୁ ସୁକିନ୍ଦା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦୃଢ ନିନ୍ଦା କରାଯିବା ସହିତ ସେମାନଙ୍କ ସମସ୍ତ ଆରୋପର ଜବାବ ଦେଇଛନ୍ତି l ସୁକିନ୍ଦା ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ତରଫରୁ ସିଧା ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ନିଶାଣ କରାଯାଇଥିଲା l ବିଜେପି ନେତାଙ୍କୁ ଗୁଣ୍ଡା ବୋଲି କହୁଥିବା ବିଜେଡି କର୍ମୀ ମାନଙ