ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ରାଜନୀତି ଉଷ୍ମତା, ବିଜେଡ଼ି ର ଭିତିରି କଥା ସାମ୍ବାଦିକ ସମ୍ମିଳନୀରେ ବଖାଣିଲା ବିଜେପି l

ସୁକିନ୍ଦା:- ନିର୍ବାଚନ ଆହୁରି ପାଖାପାଖି ଏକ ବର୍ଷ ଥିବା ବେଳେ ସୁକିନ୍ଦା ରାଜନୀତିରେ କିନ୍ତୁ ଉଷ୍ମତା ଦେଖୁବାକୁ ମିଳିଲାଣି l ଦୁଇଦିନ ତଳେ ସୁକିନ୍ଦା ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇ ବିଜେପିର ବିଧାୟକ ପ୍ରାର୍ଥୀ ଡ଼. ପ୍ରଦୀପ ବଳସାମନ୍ତ ଏବଂ ବରିଷ୍ଠ ନେତା ଅମଳେନ୍ଦୁ ବେହୁରାଙ୍କ ବିରୋଧରେ ବିଷୋଦ୍ଗାର କରାଯାଇଥିଲା l ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳଙ୍କ ନେତୃତ୍ତ୍ଵରେ କରାଯାଇଥିବା ଉକ୍ତ ସମ୍ମିଳନୀରେ ବିଜେପି ନେତାଙ୍କୁ ଗୁଣ୍ଡା, ବିକାଶ ବିରୋଧୀ, ସ୍ୱାର୍ଥ ପାଇଁ ଦଳ ଡିଆଁ ଆଦି ଆରୋପ ଲଗାଯାଇଥିଲା l ସେଠାରେ ୩୯ ନମ୍ବର ଜୋନ ର ଜିଲ୍ଲା ପରିଷଦ ପ୍ରତାପ ପଟ୍ଟନାୟକ, ଜିଲ୍ଲା ବିଜେଡି ସମ୍ପାଦକ ରଂଜିତ ବେହୁରା, ସୁକିନ୍ଦା ବ୍ଲକ ସଭାପତି ବିବେକାନନ୍ଦ ବୋଷ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ସେମାନଙ୍କ ଆରୋପକୁ ସୁକିନ୍ଦା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଦୃଢ ନିନ୍ଦା କରାଯିବା ସହିତ ସେମାନଙ୍କ ସମସ୍ତ ଆରୋପର ଜବାବ ଦେଇଛନ୍ତି l ସୁକିନ୍ଦା ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ତରଫରୁ ସିଧା ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ନିଶାଣ କରାଯାଇଥିଲା l ବିଜେପି ନେତାଙ୍କୁ ଗୁଣ୍ଡା ବୋଲି କହୁଥିବା ବିଜେଡି କର୍ମୀ ମାନଙ୍କ ନେତା ପ୍ରଫୁଲ୍ଲ ବାବୁଙ୍କ ନାମରେ ଏକାଧିକ ଅପରାଧିକ ମାମଲା ଥିବା ସହିତ ସେ ବିଗତ ଦିନରେ ଜେଲ ଯାଇଥିଲେ l ବିଭିନ୍ନ ଅପରାଧୀ ଏବେ ତାଙ୍କର ମୁଖ୍ୟ କର୍ମୀ ହୋଇଥିବା ବେଳେ ଆମ ନେତା କିପରି ଗୁଣ୍ଡା ହେଲେ ବୋଲି ସେଠାରେ ପ୍ରଶ୍ନ କରାଯାଇଥିଲା l ସେହିପରି ଆମଳେନ୍ଦୁ ବାବୁ ସର୍ବଦା ସୁକିନ୍ଦାବାସୀ, ଶ୍ରମିକ, ଟ୍ରକ ମାଲିକ ମାନଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସିଥିବା ବେଳେ ତାଙ୍କୁ ପ୍ରଦୀପ ବଳ ସାମନ୍ତ ସହଯୋଗ କରୁଛନ୍ତି l ତେଣୁ ସେମାନେ କିଭଳି ସ୍ୱାର୍ଥବାଦୀ ହେଲେ l ବିଜେଡିର ସାମ୍ବାଦିକ ସମ୍ମିଳନୀରେ ବସିଥିବା ସମସ୍ତ ପଦାଧିକାରୀ ବେଆଇନ ସୁଧ ବେପାର କରିବା, ମାଙ୍କଡ଼ ପଥର ମାଫିଆଗିରି କରିବା ଏବଂ ବିଧାୟକ ଓ ତାଙ୍କ ବାପାଙ୍କ ବେଆଇନ ହାତଲେଖା ନେଇ ବିଭିନ୍ନ ବିଭାଗରେ ବିନା ଟେଣ୍ଡରରେ କାମ କରିବା ଆଦି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି l ତେଣୁ ସେମାନଙ୍କ ମୁହଁରୁ ଉପରୋକ୍ତ ମନ୍ତବ୍ୟ ବାହାରିବାକୁ ଶୈତାନ ର ବେଦପାଠ ବୋଲି ଯୁବମୋର୍ଚ୍ଚା ପକ୍ଷରୁ କହି ତାତ୍ସଲ୍ୟ କରାଯାଇଥିଲା l ଏଥି ସହିତ ଆଗାମୀ ଦିନରେ ସମସ୍ତ ଦୁର୍ନୀତି କୁ ପୂର୍ବଭଳି ବିରୋଧ କରାଯିବା ସହିତ ମାନ୍ୟବର ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି କହିଥିଲେ l ଏହି ସମ୍ମିଳନୀରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ପୁହାଣ, ଯାଜପୁର ଜିଲ୍ଲା ଉପସଭାପତି ପ୍ରକାଶ ବେହୁରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସନ୍ତୋଷ ମୁଦୁଲି, ନିର୍ବାଚନ ମଣ୍ଡଳୀ ମନ କି ବାତ ସଂଯୋଜକ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମନ୍ତବ୍ୟ ଦେଇଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !