Posts

Showing posts from February 10, 2020

କଳିଙ୍ଗନଗର ରେ ଇମାମି ସିମେଣ୍ଟ କାରଖାନା ଜମିହରା ଙ୍କୁ ଭୁଆଁ ବୁଲାଉଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଶିଳ୍ପପତିମାନେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ କାର୍ଯ୍ୟ ରେ ଶୂନ l ଶିଳ୍ପପତିମାନେ ସ୍ଥାନୀୟ ନେତା ଓ ପ୍ରଶାସନ କୁ ଅଧିକ ଗୁରୁତ୍ୱ ଦେଉଛନ୍ତି, ହେଲେ ସେମାନଙ୍କ ସ୍ୱାର୍ଥ ହାସଲ ପରେ ଭୁଲିଯାଉଛନ୍ତି ଦେଇଥିବା ପ୍ରତିଶ୍ରୁତି କୁ l କାରଖାନା ପ୍ରତିଷ୍ଠା କରିବା ପୂର୍ବରୁ ଜନସାଧାରଣଙ୍କୁ ସୁନେଲି ସ୍ବପ୍ନ ଦେଖାଇ ପରବର୍ତ୍ତୀ ସମୟରେ ମାନସିକ  ନିର୍ଯାତନା ଦେବାକୁ ପଛାଇ ନାହାନ୍ତି l ଏହିଭଳି ସବୁବେଳେ କାରଖାନାର ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିବାର ନଜିର ରହିଛି l ସ୍ଥାନୀୟ ଅଞ୍ଚଳର ବିକାଶ କରିବା ବଦଳରେ ବିନାଶ କରିବା କୁ ପଛାଉ ନାହାଁନ୍ତି, ପ୍ରଦୂଷିତ କରୁଛନ୍ତି ଅଞ୍ଚଳ l ଆଜି କଳିଙ୍ଗନଗର ରେ ଗଢିଉଠିଥିବା ଇମାମି ସିମେଣ୍ଟ କାରଖାନା ସମ୍ମୁଖ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜମିହରା ମାନେ l ସ୍ଥାନୀୟ ଅଞ୍ଚଳର ଜମିହରା ମାନଙ୍କୁ ଚାକିରି ଦେବା ପାଇଁ ଆନ୍ଦୋଳନ ଆନ୍ଦୋଳନ ଜାରି ରଖିଛନ୍ତି ଜମିହରା l ଏହିଭଳି କେତେ ଦିନ କମ୍ପାନୀ ମାନଙ୍କ ଶୋଷଣ ର ଶିକାର ହେଉଥିବେ ସ୍ଥାନୀୟ ଜନସାଧାରଣ? I ଏହାର ସଠିକ୍ କାର୍ଯ୍ୟକାରିତା ହେଉ ନଥିବା ବେଳେ ଜିଲ୍ଲାପ୍ରଶାସନର କମ୍ପାନୀ ପ୍ରୀତି ଲୋକମାନଙ୍କ ଆଖିରୁ ନିଦ ହଜିଯିବା ସ୍ୱଭାବିକ ହୋଇଛି l ତେଣୁ ଏହି ବିଷୟ ଉପରେ ଜିଲ୍ଲାପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ