Posts

Showing posts from February 4, 2022

ଦୈନିକ '' ପର୍ଯ୍ୟବେକ୍ଷକ '' ର ଚବିଶତମ ପ୍ରତିଷ୍ଠା ଦିବସ ପାଳନ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଦୈନିକ ଖବର କାଗଜ '' ପର୍ଯ୍ୟବେକ୍ଷକ '' ର ୨୪ତମ ପ୍ରତିଷ୍ଠା ଦିବସ କୋଭିଡ୍ ନିୟମାନୁସାରେ ଭର୍ଚୁଆଲ ଗୁଗଲ୍ ମିଟ୍ ଜରିଆରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନ ସଭା ର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l  ବାଚସ୍ପତି ତାଙ୍କ ଅଭିଭାଷଣରେ କରୋନା ମହାମରୀ ସମୟରେ ଛାପା ଗଣମାଧ୍ୟମ ଗୁଡିକ କିପରି ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l ଅନ୍ୟତମ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ, କରୋନା ସମୟରେ ଶିକ୍ଷା କ୍ଷେତ୍ରରେ ଉତ୍ପନ୍ନ ସଙ୍କଟ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଭୁବନେଶ୍ବର ପୂର୍ବତନ ସାଂସଦ ତଥା କବି ପ୍ରଫେଶର ଡଃ. ପ୍ରସନ୍ନ ପାଟ୍ଟଶାଣୀ ତାଙ୍କର ଚିରାଚରିତ ଢଙ୍ଗରେ ଉପସ୍ଥାପନ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ l  ସମ୍ମାନୀତ ଅତିଥି ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କରୋନା ମହାମରୀ ସମୟରେ ଅନଲାଇନ ଶିକ୍ଷା ର ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ବୈଜ୍ଞାନିକ ଓ ସ୍ୱନାମଧନ୍ୟ...