ଦୈନିକ '' ପର୍ଯ୍ୟବେକ୍ଷକ '' ର ଚବିଶତମ ପ୍ରତିଷ୍ଠା ଦିବସ ପାଳନ l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଦୈନିକ ଖବର କାଗଜ '' ପର୍ଯ୍ୟବେକ୍ଷକ '' ର ୨୪ତମ ପ୍ରତିଷ୍ଠା ଦିବସ କୋଭିଡ୍ ନିୟମାନୁସାରେ ଭର୍ଚୁଆଲ ଗୁଗଲ୍ ମିଟ୍ ଜରିଆରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟଅତିଥି ଭାବେ ଓଡ଼ିଶା ବିଧାନ ସଭା ର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ l
 ବାଚସ୍ପତି ତାଙ୍କ ଅଭିଭାଷଣରେ କରୋନା ମହାମରୀ ସମୟରେ ଛାପା ଗଣମାଧ୍ୟମ ଗୁଡିକ କିପରି ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l ଅନ୍ୟତମ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ, କରୋନା ସମୟରେ ଶିକ୍ଷା କ୍ଷେତ୍ରରେ ଉତ୍ପନ୍ନ ସଙ୍କଟ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଭୁବନେଶ୍ବର ପୂର୍ବତନ ସାଂସଦ ତଥା କବି ପ୍ରଫେଶର ଡଃ. ପ୍ରସନ୍ନ ପାଟ୍ଟଶାଣୀ ତାଙ୍କର ଚିରାଚରିତ ଢଙ୍ଗରେ ଉପସ୍ଥାପନ କରି ସମସ୍ତଙ୍କ ମନମୁଗ୍ଧ କରିଥିଲେ l
 ସମ୍ମାନୀତ ଅତିଥି ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି କରୋନା ମହାମରୀ ସମୟରେ ଅନଲାଇନ ଶିକ୍ଷା ର ସକାରାତ୍ମକ ଓ ନକରାତ୍ମକ ପ୍ରଭାବ ଉପରେ ବିଷଦ ଭାବେ ଆଲୋଚନା କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ବିଶିଷ୍ଟ ବୈଜ୍ଞାନିକ ଓ ସ୍ୱନାମଧନ୍ୟା ଚିକିତ୍ସୀକା ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକା ଡାଃ. ସଂଘମିତ୍ରା ପତି କରୋନା ମହାମରୀ ସମୟରେ ଗବେଷଣା କ୍ଷେତ୍ରରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ରର ଉପ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଧ୍ରୁବ ନନ୍ଦ କରୋନା ମହାମରୀ ସମୟରେ ଯୋଗାଇ ଦିଆଯାଇଥିବା ଅନଲାଇନ ବୈଷୟିକ ଶିକ୍ଷା ବିଷୟରେ ଅଧିକ ସୂଚନା ରଖିଥିଲେ I ସନ୍ଧ୍ୟାରେ ଆୟୋଜିତ ଦିତୀୟ ଅଧିବେଶନ କୁ ଅମରକଣ୍ଟକ ରେ ଅବସ୍ଥାପିତ ସ୍ଵାମୀ ଶୈଳେନ୍ଦ୍ର ସରସ୍ଵତୀ ଉଦଘାଟନ କରିଥିଲେ l
 '' ଜୀବନ, ଜିବିକା ଉପରେ କରୋନା ର ପ୍ରଭାବ '' ଶୀର୍ଷକ ଜାତୀୟ ଆଲୋଚନା ଚକ୍ର ସମ୍ମାନୀତ ବକ୍ତା ଭାବରେ ନୂଆଦିଲ୍ଲୀସ୍ଥ ଭାରତୀୟ ବ୍ୟାଙ୍କ ସଂଘ ର ବରିଷ୍ଠ ଉପଦେଷ୍ଠା ଶ୍ରୀଯୁକ୍ତ ବିକାଶ କୁମାର ମିଶ୍ର, ୱାର୍କ୍କିଙ୍ଗ ଜୋର୍ନାଲିଷ୍ଟ୍ ଅଫ ଇଣ୍ଡିଆ ର ମହା ସଚିବ ନରେନ୍ଦ୍ର ଭଣ୍ଡାରି, ପ୍ରେସ୍ କାଉସିଲ ଅଫ ଇଣ୍ଡିଆ ର ସଦସ୍ୟ ଅଖିଳେଶ ଶୁକ୍ଳା, ଆଇଏଫ୍ଏସ୍ଏନ୍ଏମ୍ ଓ ଏନ୍ଏମ୍ ସି ର ସଭାନେତ୍ରୀ ପୁଷ୍ପା ପାଣ୍ଡିଆ, ଭାରତୀୟ ନରେନ୍ଦ୍ର ମୋଦୀ ସଂଘ ର ସଭାପତି ମନୋଜ କୁମାର ତୋମାର, ଏନଏଲସି ର ଜାତୀୟ ସଭାପତି ଆଡଭୋକେଟ ମାଥ୍ୟୁସ ନେଦୁମ୍ପୁରା ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ପ୍ରାରମ୍ଭିକ ପର୍ଯ୍ୟାୟରେ ପଣ୍ଡିତ ରତିକାନ୍ତ ଦାଶ ଓ ପଣ୍ଡିତ ଦିବାକର ପଣ୍ଡା ବେଦ ପାଠ କରିଥିଲେ l'' ପର୍ଯ୍ୟବେକ୍ଷକ '' ର ମୁଖ୍ୟ ସମ୍ପାଦକ ଡଃ. ପବିତ୍ର ମୋହନ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିବାସହ ବିଜୟ କୁମାର ଦାସ ଧନ୍ଯବାଦ ଅର୍ପଣ କରିଥିଲେ I 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !