Posts

Showing posts from October 21, 2019

ଢେଙ୍କାନାଳ - bjp ର ବିକ୍ଷୋଭ

Image
ଢେଙ୍କାନାଳ - ଜିଲ୍ଳା ର କାମାକ୍ଷାନଗର ଏନଏସି ରେ ବିଭିନ୍ନ ବିଭାଗର ଦୁର୍ନୀତି ଅଭିଯୋଗ ହୋଇଛି l ଏହି ପରିପେକ୍ଷିରେ ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର,  ଜିଲ୍ଲା ସଭାପତି ବିଭୂତି ପ୍ରଧାନ, ଉପ ସଭାପତି ଶତୃଘନ ଜେନା, ଜିଲ୍ଲା ସମ୍ପାଦକ ମାତୃପ୍ରସାଦ ନନ୍ଦ, ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଜେନା ,ଓ ଦଳୀୟ କର୍ମୀଙ୍କ ସହ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଲନ କରିଥିଲେ l

jajpur bjp ର ହରତାଳ ଡାକରା ସଫଳ

Image
ଯାଜପୁର - ଧର୍ମଶାଳା VLW ସ୍ମିତାରାଣୀ ବିଶ୍ଵାଳ ରହସ୍ୟ ଘେରରେ ଥିବା ବେଳେ, ପୋଲିସ ତଦନ୍ତର ଖିଲାପୀ କରୁଥିବା ଦାବିକରି ଯାଜପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ପରିପେକ୍ଷିରେ ସୁକିନ୍ଦା, କୋରେଇ ଓ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବନ୍ଦ ପାଳନ କୁ ବ୍ୟାପକ କରାଯାଇଛି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଶିଷ୍ଟ ନେତା ପ୍ରଦୀପ ବଳ ସାମନ୍ତ (ଟୁଟୁ ବାବୁ) ଓ କୋରେଇ ନିର୍ବାଚନ ମଣ୍ଡଳୀ ର ଯୁବମୋର୍ଚ୍ଚାର ରାଜ୍ଯ ସଭାପତି ଆଲେକଜାଣ୍ଡାର ଦାସ୍ ଏହି ବନ୍ଦ ପାଳନ ର ନେତୃତ୍ୱ ନେଇଥିଲେ l ଏହି କ୍ରମରେ ସୁକିନ୍ଦା, କୋରେଇ ଓ ଦାନଗଦି ବ୍ଲକ୍ ରେ ସ୍ଥାନୀୟ ଯୁବ ନେତା ସୁଧାଂଶୁ ଶେଖର ଭଞ୍ଜ ବନ୍ଦ ପାଳନ ପାଇଁ ନେତୃତ୍ୱ ନେଇଥିଲେ l ଆଜି ସକାଳ ୬ ଟା ଏହି ବନ୍ଦ ପାଳନ ପାଇଁ ଶହ ଶହ ସଂଖ୍ଯାରେ ବିଜେପି କର୍ମୀ ଯାଜପୁର ରୋଡ଼, ମିଲିଟାରି ଛକ, ଡୁବୁରୀ ଛକ, ଟମକା, ସୁକିନ୍ଦା ରେ ସରକାର ଓ ପ୍ରଶାସନ ବିରୋଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବାସହ ରାସ୍ତା ଅବରୋଧ କରିଥିଲେ l ଏ ହା ପ୍ରଭାବ ରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ  l ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ କେତେକ ବିଜେପି କର୍ମୀ ଙ୍କୁ ଥାନାରେ ଅଟକ ରହିଥିବା ଜଣାପଡ଼ିଛି l

ଯାଜପୁର - ଅଜଣା ମଟର ସାଇକେଲ ଠାବ...

Image
ଯାଜପୁର /କଳିଙ୍ଗନଗର :- କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଏକ ଅଜଣା ମଟର ସାଇକେଲ ଠାବ କରାଯାଇଛି l ମାନଗୋବିନ୍ଦ ପୁର୍ ରେଲୱେ ପୋଲ ନୀଳାଚଳ ଟ୍ରେନ୍ ଲାଇନ୍, ବି ଆର୍ ପି ଏଲ୍ ପଛ ଫାଟକ ଓ ନୀଳାଚଳ ଟ୍ରେନ୍ ଲାଇନ୍ ମଧ୍ୟ ସ୍ଥାନରେ ଏହି ମଟର ସାଇକେଲ No. OR05AF 64 11 ଟି ପଡିଥିବା ସ୍ଥାନୀୟ ଲୋକେ ସକାଳ ବେଳା ଶୌଚ ହେବା ପାଇଁ ଯିବା ବାଟରେ ଦେଖିବାକୁ ପାଇଲେ l ଏହି ମଟର ସାଇକେଲ ଟି ହୋଣ୍ଡା ସାଇନ୍, ଏହାକୁ କିଏ କୋଉ ପରିସ୍ଥିତିରେ ପକାଇଛି ତାହା ଜଣାପଡିନାହିଁ l ଗାଁ ଲୋକେ ପୋଲିସ କୁ ମଧ୍ୟ ଜାଣଇ ନାହାଁନ୍ତି l ପୋଲିସ ପକ୍ଷରୁ ଏହାର ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l RITA VISION 

ଯାଜପୁର ସୁକିନ୍ଦା ବ୍ଲକ ରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

Image
ଯାଜପୁର /ସୁକିନ୍ଦା - ସୁକିନ୍ଦା ବ୍ଲକ ହାତୀବାରୀ ପଞ୍ଚାୟତ ରେ ବିଭିନ୍ନ ସ୍ଥାନରେ ଅମ୍ରିତା ସାହୁଙ୍କ ନେତୃତ୍ଵରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ହୋଇଯାଇଛି l ନେହେରୁ ଯୁବା କେନ୍ଦ୍ର ସଂଗଠନ ପକ୍ଷରୁ କରାଯାଇଥିବା ଏହି କାଯ୍ୟକ୍ରମ ରେ ବ୍ଲକ୍ ର ବିଭିନ୍ନ ସଦସ୍ୟ ମାନେ ଯୋଗଦେଇ ସଫେଇ କାର୍ଯ୍ୟକ୍ରମ କରିଥିଲେ l ସ୍ଵଚ୍ଛ ଭାରତ ଓ ସୁସ୍ଥ ସମାଜ ଗଠନ ପାଇଁ ଏହା ଏକ ଉତ୍ତମ ପଦକ୍ଷେପ l 

ଯାଜପୁର ଜିଲ୍ଲାର କୁନି ଝିଅ କମାଲ ଦେଖାଇଲେ ଢେଙ୍କାନାଳ ଜିଲ୍ଲାରେ

Image
ଯାଜପୁର - ଗୁଣ ଥିଲେ ମଣିଷ ସବୁ ସ୍ଥାନରେ ସମ୍ମାନ ପାଇଥାଏ, ତେବେ ଆଜିର ଦିନରେ ସେ କଥା କୁ ଏଡ଼ାଇ ଦିଆଯାଇ ନ ପାରେ l ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ତେଲିବାହାଲି ଗ୍ରାମର ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ ମହାନ୍ତି ଙ୍କ ନାତୁଣୀ (ପୁଅ ଙ୍କ ଝିଅ) ଯେକି st Xavier ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପଢୁଛନ୍ତି l ଏବଂ ସେ ମୃତ୍ୟୁଞ୍ଜୟ  - ଶୁଭାସିନି ମହାନ୍ତି ଙ୍କ ସାନ ଝିଅ ଏସ୍ ମାନ୍ୟତା ବୟସ ମାତ୍ର ୮ ବର୍ଷ, l ଗଁଦିଆ ବ୍ଳକ ବେଗା ପଞ୍ଚାୟତର ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଆୟୋଜିତ ୧୪ ତମ ପଲ୍ଲୀଜ୍ୟୋତି ନାଚ କାର୍ଯ୍ୟକ୍ରମ ରେ ଛୋଟ ପିଲା ବର୍ଗରେ ପ୍ରଥମ ସ୍ଥାନରେ ସମ୍ମାନୀତ ହୋଇଛନ୍ତି l ମୁଖ୍ୟ ଅତିଥି ବେଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ଦାସ ଟ୍ରଫି ସହ ସମ୍ମାନୀତ କରିଥିଲେ l ଉକ୍ତ ଉତ୍ସବରେ ମୁଖ୍ଯ ବକ୍ତା ଭାବେ ତନୟ ମହାନ୍ତି, ସମ୍ମାନୀତ ଅତିଥି ଭାବେ ସାଗର ସାହୁ, ପ୍ରଦୀପ ବେହୁରା, ଜ୍ଞାନରଞ୍ଜନ ପାଢୀ, ଖାରବେଳ ମହାନ୍ତି ଓ ବ୍ରଜବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l RITA VISION