jajpur bjp ର ହରତାଳ ଡାକରା ସଫଳ

ଯାଜପୁର - ଧର୍ମଶାଳା VLW ସ୍ମିତାରାଣୀ ବିଶ୍ଵାଳ ରହସ୍ୟ ଘେରରେ ଥିବା ବେଳେ, ପୋଲିସ ତଦନ୍ତର ଖିଲାପୀ କରୁଥିବା ଦାବିକରି ଯାଜପୁରରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ପରିପେକ୍ଷିରେ ସୁକିନ୍ଦା, କୋରେଇ ଓ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ବନ୍ଦ ପାଳନ କୁ ବ୍ୟାପକ କରାଯାଇଛି l ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଶିଷ୍ଟ ନେତା ପ୍ରଦୀପ ବଳ ସାମନ୍ତ (ଟୁଟୁ ବାବୁ) ଓ କୋରେଇ ନିର୍ବାଚନ ମଣ୍ଡଳୀ ର ଯୁବମୋର୍ଚ୍ଚାର ରାଜ୍ଯ ସଭାପତି ଆଲେକଜାଣ୍ଡାର ଦାସ୍ ଏହି ବନ୍ଦ ପାଳନ ର ନେତୃତ୍ୱ ନେଇଥିଲେ l ଏହି କ୍ରମରେ ସୁକିନ୍ଦା, କୋରେଇ ଓ ଦାନଗଦି ବ୍ଲକ୍ ରେ ସ୍ଥାନୀୟ ଯୁବ ନେତା ସୁଧାଂଶୁ ଶେଖର ଭଞ୍ଜ ବନ୍ଦ ପାଳନ ପାଇଁ ନେତୃତ୍ୱ ନେଇଥିଲେ l ଆଜି ସକାଳ ୬ ଟା ଏହି ବନ୍ଦ ପାଳନ ପାଇଁ ଶହ ଶହ ସଂଖ୍ଯାରେ ବିଜେପି କର୍ମୀ ଯାଜପୁର ରୋଡ଼, ମିଲିଟାରି ଛକ, ଡୁବୁରୀ ଛକ, ଟମକା, ସୁକିନ୍ଦା ରେ ସରକାର ଓ ପ୍ରଶାସନ ବିରୋଧରେ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବାସହ ରାସ୍ତା ଅବରୋଧ କରିଥିଲେ l ଏହା ପ୍ରଭାବ ରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ  l ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହିତ କେତେକ ବିଜେପି କର୍ମୀ ଙ୍କୁ ଥାନାରେ ଅଟକ ରହିଥିବା ଜଣାପଡ଼ିଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !