ଯାଜପୁର ମ୍ୟୁନିସିପାଲଟି ରେ କୋଟି କୋଟି ଟଙ୍କାର ଟ୍ୟାକ୍ସ ଆତ୍ମସାତ୍ l

ଯାଜପୁର(ବ୍ୟୁରୋ ରିପୋର୍ଟ) : - ଯାଜପୁର ଜିଲ୍ଲାର ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା ଆତ୍ମସାତ୍ କରାଯାଇଛି। ୨୦୧୯-୨୦ ଅଡିଟ୍ ରିପୋର୍ଟରୁ ଏହା ଜଣାପଡିଛି। ଏହିମର୍ମରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରି ଓ କଟକ ଜେନେରାଲ ଆଡମିନିଷ୍ଟ୍ରେଶନ (ଭିଜିଲାନ୍ସ) ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଓଡ଼ିଶା ଲୋକାଲ ଫଣ୍ଡ ଅଡିଟର ଯୁଗ୍ମ ନିର୍ଦ୍ଦେଶକ ୨୯ା୭ା୨୦୨୧ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି। ଯାଜପୁର ତହସିଲରେ ବହୁ ଚର୍ଚ୍ଚିତ ୪.୯୩ କୋଟି ଟଙ୍କାର ଅନିୟମିତତାର ଭିଜିଲାନ୍ସ ତଦନ୍ତ ଚାଲିଥିବାବେଳେ ମ୍ୟୁନିସିପାଲିଟିରେ ଏଭଳି ଟଙ୍କା ଆତ୍ମସାତ୍ ଘଟଣା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲୋକାଲ ଫଣ୍ଡ ଅଡିଟ୍ ପକ୍ଷରୁ ୨୦୧୯-୨୦ ବର୍ଷରେ ଯାଜପୁର ପୌରାଞ୍ଚଳର ଆର୍ଥିକ କାରବାର ଉପରେ ସ୍ବତନ୍ତ୍ର ଅଡିଟ ହୋଇଥିଲା। ଉକ୍ତ ଅଡିଟରେ ମୋଟ ୩,୫୯,୭୮୪ ଟଙ୍କା ମଧ୍ୟରୁ ୯୫,୭୯୩ ଟଙ୍କା ସଂପୃକ୍ତ ଅଧିକାରୀ ଦିୱାନ ମୁର୍ମୁଙ୍କ ଦରମାରୁ ଅସୁଲି କରାଯାଇଥିଲା। ଅବଶିଷ୍ଟ ବାର୍ଷିକ ୧୮ ପ୍ରତିଶତ ସୁଧ ସହ ୨,୬୩,୯୯୧ ଟଙ୍କା ଅସୁଲି କରିବାର ଅଛି ବୋଲି ଅଡିଟ ପକ୍ଷରୁ ୨୦୨୦-୨୧ର ସ୍ବତନ୍ତ୍ର ରିପୋର୍ଟରେ ଦର୍ଶାଯାଇଛି। କ୍ୟାସିୟରଙ...