Posts

Showing posts from May 21, 2020

ସାମ୍ବାଦିକ ଙ୍କ ମହାନୀୟତା, ସବୁବର୍ଗରେ ପ୍ରଶଂସା ର ସୁଅ ଛୁଟିଛି, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ବ୍ୟୁରୋ ରିପୋର୍ଟ :- ୫୩ ଜଣ ବିତରକଙ୍କୁ ମାସକ ପାଇଁ ରାସନ ପ୍ରଦାନ... ବ୍ୟାସନଗର,କୋରେଇ, ଶଂଖଚିଲା ଓ ରଗଡି ଅଂଚଳର ୫୩ ଜଣ ଖବରକାଗଜ ବିତରକଙ୍କୁ ମାସକ ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି ସମାଜ ବ୍ୟାସନଗର ପ୍ରତିନିଧି ଚିନ୍ତାମଣି ପାଢ଼ୀ. କରୋନା ବୈଶ୍ବିକ ମହାମାରୀ ବିତରକ ଭାଇମାନଙ୍କ ଅ।ର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅଂଫନ୍ ସେମାନଙ୍କୁ ବିଚଳିତ କରିଛିି l ଏତିକି ପରିସ୍ଥିତି ରେ ଅଂଚଳର ସମସ୍ତ ବିତରକଙ୍କୁ ଚାଉଳ ୧୦ କି, ଅଟା ୫କି, ସୋରଷ ତେଲ ୧ଲି. ରିଫାଇନ୍ ୧ଲି, ଅ।ଳୁ ୫କି, ପିଅାଜ ୨କି, ହରଡ ଡାଲି ୨କି, ଚୁଡା ୨କି, ଚିନି ୨କି, ଥିନ୍ ବିସ୍କୁଟ ୧ପ୍ୟା, ଜିରା,ଫୁଟଣ, ସୋରିଷ, ତେଜପତ୍ର, ଦିଅାସିଲ ,ଗରମ ମସଲା, କରି ପାଉଡର,ଲୁଗା ସଫା ସାବୁନ୧ ଦେହଲଗା ସାବୁନ୧, ସର୍ଫ ୧କି, ହାଣ୍ଡୟାସ, ସାନିଟାଇଜର, ମାସ୍କ ସମେତ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଛି. I ଏଠକାର ଏଜେଣ୍ଟ ଗୋବିନ୍ଦ ଦାସ ପ୍ରଫୁଲ୍ଳ ସାହୁ, ପ୍ରକାଶ ସାହୁଙ୍କ ଉପସ୍ଥିତ ରେ ଯାଜପୁର ସମାଜ କାର୍ଯ୍ୟାଳୟର କର୍ମଚାରୀଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା. ଉତ୍କଳମଣି ଗୋପବନ୍ଧୁଙ୍କ ଓ ସମାଜ ଅାଦର୍ଶରେ ଅନପ୍ରାଣୀତ ହୋଇ ଶ୍ରୀ ପାଢ଼ୀ ନିଜ ବାସଭବନ ରେ ଏଭଳି ଅାୟୋଜନ କରିଥିଲେ ଯାହକୁ ବିତରକ ବନ୍ଧୁ ମାନେ ଭୂୟଶୀ ପ୍ରଶଂସା କରି ସମାଜ ଖବର କାଗଜର ଉତ୍ତରୋତ୍ତର ଉନ୍ନତି

ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣା, ଚାରି ଆହତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ବ୍ୟୁରୋ ରିପୋର୍ଟ :- ବାଲେଶ୍ବର ସୀମାନ୍ତ ଲକ୍ଷଣନାଥ ଫାଟକ ନିକଟରେ ପ୍ରବାସୀଙ୍କ ବସ୍ ଓଲଟି ୪ ଆହତ, ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି । କେରଳରୁ ୫୦ ଜଣ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯିବା ବେଳେ ଦୁର୍ଘଟଣା ।  ସୂଚନା ଅନୁସାରେ, କେରଳରୁ ୫୦ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି କୋଲକାତା ଫେରୁଥିବା ଏକ ବସ୍ ଆଜି ଦିନ ପ୍ରାୟ ୧୦ଟା ସମୟରେ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ରେ ପାଖାପାଖି ୫୦ ଶ୍ରମିକ ଥିଲେ। ଦୁର୍ଘଟଣାରେ ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୪୬ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।