ପ୍ରବାସୀ ଶ୍ରମିକଙ୍କ ବସ୍ ଦୁର୍ଘଟଣା, ଚାରି ଆହତ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ବ୍ୟୁରୋ ରିପୋର୍ଟ :- ବାଲେଶ୍ବର ସୀମାନ୍ତ ଲକ୍ଷଣନାଥ ଫାଟକ ନିକଟରେ ପ୍ରବାସୀଙ୍କ ବସ୍ ଓଲଟି ୪ ଆହତ, ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି । କେରଳରୁ ୫୦ ଜଣ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯିବା ବେଳେ ଦୁର୍ଘଟଣା ।
 ସୂଚନା ଅନୁସାରେ, କେରଳରୁ ୫୦ଜଣ ପ୍ରବାସୀ ଶ୍ରମିକଙ୍କୁ ଧରି କୋଲକାତା ଫେରୁଥିବା ଏକ ବସ୍ ଆଜି ଦିନ ପ୍ରାୟ ୧୦ଟା ସମୟରେ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍‌ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍‌ରେ ପାଖାପାଖି ୫୦ ଶ୍ରମିକ ଥିଲେ। ଦୁର୍ଘଟଣାରେ ୪ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୪୬ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !