ସ୍ଵର୍ଗତ ଭାଗବାନ କର ଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଦିବସ ପାଳନ ଅବସରରେ..🙏 ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ 🙏 _________________________________

. 🙏 ଭକ୍ତିପୂର୍ବକ ଶ୍ରଦ୍ଧାଞ୍ଜଳୀ 🙏 ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ମାନ ଦଣ୍ଡ... ମଣିଷ ଏହି ଧରା ପୃଷ୍ଠରେ ଜନ୍ମ ନେଇଥିଲେ ମଧ୍ୟ ତାର କର୍ମକ୍ଷେତ୍ର ରେ ତ୍ୱରାନ୍ୱିତ ହୋଇ ପୁଣି ଥରେ ଫେରିଯାଏ ଆଉ ଏକ ନୂତନ ଦିଗନ୍ତ କୁ, ଇହଲୀଳା ସମ୍ବରଣ କରିଥାଏ l ଏହା ହେଉଛି ଆମ ଜୀବନର ରଙ୍ଗମଞ୍ଚ, ଏହି ରଙ୍ଗମଞ୍ଚ ରେ ଅଭିନୟ କରି ସେ ଛାଡିଯାଇଥିବା ସ୍ମୃତି ଅନୁଭୂତି କୁ ତାଙ୍କର ପିଢ଼ିମାନେ ମନେ ପକାଇଥାନ୍ତି l ଏମିତି ଜଣେ ସଫଳ ବ୍ୟକ୍ତିତ୍ୱ ଯିଏକି ନିଜ ଚାକିରୀ କ୍ଷେତ୍ରରେ ସମସ୍ତଙ୍କୁ ନିଜର, କର୍ମମୟ ଜୀବନରେ ଭଲ ପାଇଆସୁଥିବା ବ୍ୟକ୍ତିତ୍ୱ ସେ ହେଉଛନ୍ତି ସ୍ଵର୍ଗତ ଭାଗବାନ କର I ସ୍ଵର୍ଗତ କର ତା ୦୨/୦୪/୧୯୪୧ ମସିହାରେ କେନ୍ଦୁଝର ଜିଲ୍ଲା ଅଙ୍ଗାରୁଆ ଶାସନ ର ଏକ ସମ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ l ସେତେବେଳ ସମୟରେ ୧୯ ୫୬ ମସିହାରେ ସେ ନିଜର ଏକାଦଶ ପାଠପଢ଼ା ଶେଷ କରି ଇଞ୍ଜିନିୟରିଂ ପାଠ ପଢ଼ିଥିଲେ l ପରେ ଓଡ଼ିଶା ସରକାର ଙ୍କ ଖଣି ବିଭାଗରେ ପରିଚାଳକ ଭାବେ ୧୯୬୦ ମସିହାରେ ଯୋଗ ଦେଇଥିଲେ l ଏହା ପରେ ଦୀର୍ଘ ୩୩ ବର୍ଷ କର୍ଯ୍ୟ କରିବାପରେ ୧୯୯୩ ମସିହାରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିଥିଲେ l ତାଙ୍କର ଚାକିରି ଜୀବନ ଭିତରେ ସେ ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ଦୈତାରୀ, କଲରଙ୍ଗୀ, ଯାଜପୁର ରୋଡ଼,ବଣାଇ, କୋଇଡ଼ା, ଯୋଡ଼ା, ଦଣ୍ଡାଧର, ଗନ୍ଧମାର...