ସ୍ଵର୍ଗତ ଭାଗବାନ କର ଙ୍କ ପ୍ରଥମ ବାର୍ଷିକୀ ଶ୍ରାଦ୍ଧ ଦିବସ ପାଳନ ଅବସରରେ..🙏 ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ 🙏 _________________________________

.          🙏  ଭକ୍ତିପୂର୍ବକ ଶ୍ରଦ୍ଧାଞ୍ଜଳୀ 🙏

ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ମାନ
 ଦଣ୍ଡ...
ମଣିଷ ଏହି ଧରା ପୃଷ୍ଠରେ ଜନ୍ମ ନେଇଥିଲେ ମଧ୍ୟ ତାର କର୍ମକ୍ଷେତ୍ର ରେ ତ୍ୱରାନ୍ୱିତ ହୋଇ ପୁଣି ଥରେ ଫେରିଯାଏ ଆଉ ଏକ ନୂତନ ଦିଗନ୍ତ କୁ, ଇହଲୀଳା ସମ୍ବରଣ କରିଥାଏ l ଏହା ହେଉଛି ଆମ ଜୀବନର ରଙ୍ଗମଞ୍ଚ, ଏହି ରଙ୍ଗମଞ୍ଚ ରେ ଅଭିନୟ କରି ସେ ଛାଡିଯାଇଥିବା ସ୍ମୃତି ଅନୁଭୂତି କୁ ତାଙ୍କର ପିଢ଼ିମାନେ ମନେ ପକାଇଥାନ୍ତି l ଏମିତି ଜଣେ ସଫଳ ବ୍ୟକ୍ତିତ୍ୱ ଯିଏକି ନିଜ ଚାକିରୀ କ୍ଷେତ୍ରରେ ସମସ୍ତଙ୍କୁ ନିଜର, କର୍ମମୟ ଜୀବନରେ ଭଲ ପାଇଆସୁଥିବା ବ୍ୟକ୍ତିତ୍ୱ ସେ ହେଉଛନ୍ତି ସ୍ଵର୍ଗତ ଭାଗବାନ କର I ସ୍ଵର୍ଗତ କର ତା ୦୨/୦୪/୧୯୪୧ ମସିହାରେ କେନ୍ଦୁଝର ଜିଲ୍ଲା ଅଙ୍ଗାରୁଆ ଶାସନ ର ଏକ ସମ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ l ସେତେବେଳ ସମୟରେ ୧୯ ୫୬ ମସିହାରେ ସେ ନିଜର ଏକାଦଶ ପାଠପଢ଼ା ଶେଷ କରି ଇଞ୍ଜିନିୟରିଂ ପାଠ ପଢ଼ିଥିଲେ l ପରେ ଓଡ଼ିଶା ସରକାର ଙ୍କ ଖଣି ବିଭାଗରେ ପରିଚାଳକ ଭାବେ ୧୯୬୦ ମସିହାରେ ଯୋଗ ଦେଇଥିଲେ l ଏହା ପରେ ଦୀର୍ଘ ୩୩ ବର୍ଷ କର୍ଯ୍ୟ କରିବାପରେ ୧୯୯୩ ମସିହାରେ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରିଥିଲେ l ତାଙ୍କର ଚାକିରି ଜୀବନ ଭିତରେ ସେ ଓଡ଼ିଶା ଖଣି ନିଗମ ଅଧୀନରେ ଥିବା ଦୈତାରୀ, କଲରଙ୍ଗୀ, ଯାଜପୁର ରୋଡ଼,ବଣାଇ, କୋଇଡ଼ା, ଯୋଡ଼ା, ଦଣ୍ଡାଧର, ଗନ୍ଧମାର୍ଦ୍ଦନ, କାଠପାଳ ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ l କର୍ମମୟ ଜୀବନ ଭିତରେ ସେ ବହୁ ଶିକ୍ଷିତ ଯୁବକମାନଙ୍କୁ କର୍ମ କରିବାର ସୁଯୋଗ ଦେଇଥିଲେ, ତାହା ସହିତ ସମାଜର ଦୁଃଖୀ, ରଙ୍କି ଗରିବ ଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ l ପରେ ସେ ଦାନଗଦୀ କୁ ନିଜର ବାସସ୍ଥାନ ଭାବରେ ଗ୍ରହଣ କରି ଥିଲେ l ସ୍ଵର୍ଗତ କର ନିଜର କର୍ମମୟ ଜୀବନରୁ ଅବସର ଗ୍ରହଣ ପରେ ଦାନଗଦୀ ଅଂଚଳର ଜଣେ ମିଷ୍ଟଭାଷୀ ଓ ମେଳାପୀ, ଜଣାଶୁଣା ମଣିଷ ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ l ସ୍ଵର୍ଗତ କର ଡିସେମ୍ବର ମାସ ୩ ତାରିଖ ୨୦୨୧ ରେ ଇହଲୀଳା ସମ୍ବରଣ କରିଥିଲେ l ଓଡ଼ିଶାର ସଂସ୍କୃତି, ଓଡ଼ିଆ ତିଥି ଅନୁସାରେ ୨୩ ନଭେମ୍ବର ୨୦୨୨ ରେ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି l ଏହି ଅବସରରେ ସ୍ଵର୍ଗତ ଆତ୍ମାର ସଦ୍ ଗତି କାମନା କରି '' କର ପରିବାର'' ଏବଂ RITA VISION NEWS ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛୁ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !