Posts

Showing posts from July 9, 2024

ବିଜେଡି ସାଙ୍ଗଠନିକ ସମ୍ପାଦକ ଙ୍କ ନାମରେ ଥାନାରେ ମାମଲା ରୁଜୁ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି । ସତ୍ୟଙ୍କ ଅଭିଯୋଗ ,ପ୍ରଣବ ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ ।ଏହାସହ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ପାଇଁ ସେ ପ୍ରଶାସନଠାରୁ କୌଣସି ଅନୁମତି ନେଇନଥିଲେ । ଏହି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଆଇନଜୀବୀ । ଏନେଇ ସେ କ୍ୟାପିଟାଲ ପୋଲିସ ଷ୍ଟେସନରେ ଏଫଆଇଆର ଦାଏର କରିଛନ୍ତି ।ସେ ଆହୁରି କହିଛନ୍ତି, ଲୋକେ ଆଲୋଚନା କରୁଛନ୍ତି ଯେ ସେଠାରେ ରଙ୍ଗମହଲ ଚାଲିଥିଲା। ସେଠାରେ ଖଣି ଓ ଅନ୍ୟାନ୍ୟ ବ୍ୟବସାୟର କଳାଧନ ନିବେଶ ହୋଇଥିଲା। ଏ ସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରିଛୁ।ବବିଙ୍କୁ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସଟି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ କ୍ୱାର୍ଟର୍ସ ଦୁଇ ପାର୍ଶ୍ୱରେ ଥିବା ଅନ୍ୟ ୨ଟି ସରକାରୀ କ୍ୱାର୍ଟର୍ସ ଯଥା- ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ। ଏହାସହିତ ପ୍

ଦୁଇ କଣ୍ଠଶିଳ୍ପୀ ଙ୍କ ନାମରେ ଥାନାରେ ଏତଲା l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଅଡ଼ୁଆରେ ହ୍ୟୁମାନ ସାଗର । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଗୀତିକାର ରୁକୁ ସୁନାଙ୍କ ବଢ଼ିଲା ବିବାଦ । ଦୁହିଁଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲେ ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ଏହି ଅଭିଯୋଗ ହୋଇଛି। ଭିଡିଓରେ ଗୀତିକାର ରୁକୁ ସୁନା ଓ ହ୍ୟୁମାନ ସାଗର ଶ୍ରୀ ଜଗନ୍ନାଥଙ୍କ ଭଜନ କଦର୍ଥ କରି ଗାଉଥିବାର ଦେଖିବାକୁ ମିଳୁଛି।କେବଳ ସେତିକି ନୁହେଁ ଦୁହେଁ ଜଗନ୍ନାଥ ଭଜନର ହସ, ମଜା କରି ଥଟ୍ଟା ପରିହାସ କରୁଥିବାର ବି ଦେଖିବାକୁ ମିଳୁଛି। ଏଭଳି ଆଚରଣ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଥାନାରେ ଏଫଆଇଆର ଦାୟର ହୋଇଛି। କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ, ଯେଉଁମାନେ ସବୁ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ କହିଛନ୍ତି ।