ଦୁଇ କଣ୍ଠଶିଳ୍ପୀ ଙ୍କ ନାମରେ ଥାନାରେ ଏତଲା l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଅଡ଼ୁଆରେ ହ୍ୟୁମାନ ସାଗର । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଗୀତିକାର ରୁକୁ ସୁନାଙ୍କ ବଢ଼ିଲା ବିବାଦ । ଦୁହିଁଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲେ ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ। ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ଏହି ଅଭିଯୋଗ ହୋଇଛି। ଭିଡିଓରେ ଗୀତିକାର ରୁକୁ ସୁନା ଓ ହ୍ୟୁମାନ ସାଗର ଶ୍ରୀ ଜଗନ୍ନାଥଙ୍କ ଭଜନ କଦର୍ଥ କରି ଗାଉଥିବାର ଦେଖିବାକୁ ମିଳୁଛି।କେବଳ ସେତିକି ନୁହେଁ ଦୁହେଁ ଜଗନ୍ନାଥ ଭଜନର ହସ, ମଜା କରି ଥଟ୍ଟା ପରିହାସ କରୁଥିବାର ବି ଦେଖିବାକୁ ମିଳୁଛି। ଏଭଳି ଆଚରଣ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଥାନାରେ ଏଫଆଇଆର ଦାୟର ହୋଇଛି। କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ, ଯେଉଁମାନେ ସବୁ ଏହି ଭିଡିଓରେ ଦେଖାଯାଉଛନ୍ତି ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ମାନବାଧିକାର କର୍ମୀ ଶିବ ସୁନ୍ଦର ସ୍ୱାଇଁ କହିଛନ୍ତି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !