ବିଜେଡି ସାଙ୍ଗଠନିକ ସମ୍ପାଦକ ଙ୍କ ନାମରେ ଥାନାରେ ମାମଲା ରୁଜୁ l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି । ସତ୍ୟଙ୍କ ଅଭିଯୋଗ ,ପ୍ରଣବ ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା ଅନୈତିକ କାର୍ଯ୍ୟ ।ଏହାସହ ଏହି ଜାଗାରେ ନିର୍ମାଣ କାର୍ଯ୍ୟ ପାଇଁ ସେ ପ୍ରଶାସନଠାରୁ କୌଣସି ଅନୁମତି ନେଇନଥିଲେ । ଏହି ନିର୍ମାଣ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ଆଇନଜୀବୀ । ଏନେଇ ସେ କ୍ୟାପିଟାଲ ପୋଲିସ ଷ୍ଟେସନରେ ଏଫଆଇଆର ଦାଏର କରିଛନ୍ତି ।ସେ ଆହୁରି କହିଛନ୍ତି, ଲୋକେ ଆଲୋଚନା କରୁଛନ୍ତି ଯେ ସେଠାରେ ରଙ୍ଗମହଲ ଚାଲିଥିଲା। ସେଠାରେ ଖଣି ଓ ଅନ୍ୟାନ୍ୟ ବ୍ୟବସାୟର କଳାଧନ ନିବେଶ ହୋଇଥିଲା। ଏ ସବୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଆମେ ଦାବି କରିଛୁ।ବବିଙ୍କୁ ରାଜଭବନ ସମ୍ମୁଖସ୍ଥ ୟୁନିଟ-୬ ଅଂଚଳର ଭିଆଇଆଇଆଇ-ଏମଆର-୧ କ୍ୱାର୍ଟର୍ସଟି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ କ୍ୱାର୍ଟର୍ସ ଦୁଇ ପାର୍ଶ୍ୱରେ ଥିବା ଅନ୍ୟ ୨ଟି ସରକାରୀ କ୍ୱାର୍ଟର୍ସ ଯଥା- ଭିଆଇଆଇଏମଆର-୨ ଏବଂ ଭିଆଇଆଇଆର-୧ର ପ୍ରାୟ ୪୦ ପ୍ରତିଶତ ପରିମିତ ଜାଗାକୁ ଆଣି ନିଜ କ୍ୱାର୍ଟର୍ସ ସହ ମିଶାଇ ବିଶାଳ ପାଚେରୀ ନିର୍ମାଣ କରିଥିଲେ। ଏହାସହିତ ପ୍ରାୟ ୨ରୁ ୩କୋଟି ଟଙ୍କା ଖର୍ଚ୍ଚ କରି ଅଢ଼େଇ ହଜାର ବର୍ଗଫୁଟ ଅଂଚଳରେ ମୂଲ୍ୟବାନ କାଠ ଓ କାଚରେ ଆଲିଶାନ ଘର ନିର୍ମାଣ କରିଥିଲେ। ସେହି କୋଠାରେ ବିଦେଶରୁ ଆସିଥିବା ସୋଫା, ବେଡ୍‌, ମୂଲ୍ୟବାନ ଲାଇଟ୍ ଓ ଅନ୍ୟାନ୍ୟ ବିଳାସମୟ ସାମଗ୍ରୀ ରହିଥିଲା । ଏବେ ବିଜେଡି କ୍ଷମତାରୁ ଯିବାପରେ ବବି ସେହି ଘରକୁ ଭାଙ୍ଗି ଦେଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !