ମହୀୟସୀ ମହିଳାଙ୍କ ସେବାକାର୍ଯ୍ୟ ରେ ଅଞ୍ଚଳବାସୀ ଖୁସି l
କଣ୍ଟାବାଞ୍ଜି(ବ୍ୟୁରୋ ରିପୋର୍ଟ) : - ଆଜିର ଦୁନିଆରେ ବିନା କୌଣସି ସ୍ୱାର୍ଥ କିଏ କାହାକୁ ସାହାର୍ଯ୍ୟ କରେ ନାହିଁ। କିନ୍ତୁ ଆଜି ବି ଜଣେ ଏମିତି ମହିଳା ରହିଛନ୍ତି ଯିଏ ବିନା କୌଣସି ସ୍ୱାର୍ଥରେ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ,ଏଭଲି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହର କୁ ଆସୁଥିବା ଗ୍ରାମାଞ୍ଚଳର ଲୋକ ମାନେ ପାଣି ପାଇଁ ଡହକ ବିକଲ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲି ଲୋକଙ୍କୁ ପିଇବା ପାଣି ଦିଆ ହେଉଛି । ଏହା ପ୍ରଶାସନର କାମ ଯାହା ପ୍ରଶାସନ ଠିକ ଭାବେ କରୁଛି। କିନ୍ତୁ ଜଣେ ମହୀୟସୀ ମହିଳା ନିଜେ ଏକ ମହିଳା ଜନ କଲ୍ୟାଣ ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମୟ ଅନୁସାରେ ଅସାହାୟ ଙ୍କୁ ସହାୟତାର ହାତ ବଢାଉଛନ୍ତି। ଶୀତ ଦିନ ରେ ଶୀତ ବସ୍ତ୍ର ବଣ୍ଟନ,ବର୍ଷା ଦିନରେ ଛତା ଓ ପଳିଥିନ ବଣ୍ଟନ କରନ୍ତି। ଯେଉଁଠି ଅସହାୟ ବ୍ଯକ୍ତି ଙ୍କୁ ଦେଖିଲେ ମାତ୍ରେ ସହାୟତା କରିଥାନ୍ତି। ଆଜି ସେହି ମହିଳା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ବାସିନ୍ଦା ପ୍ରିତି ଜୈନ ପେଶା ରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ତାଙ୍କର ସମାଜସେବା l ଏହି ପ୍ରଚଣ୍ଡ ଖରାରେ ନିଜ ବ୍ୟବସାୟ ସମ୍ଭାଳିବା ସହ ନିଜେ ତାଙ୍କର...