ଆଦିବାସୀଙ୍କ ସମସ୍ୟା ଉପରେ ହୁଙ୍କାର ସମାବେଶ ଆୟୋଜିତ ହୋଇଯାଇଛି l

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) : - ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ଼ ଉପଖଣ୍ଡ ପକ୍ଷରୁ  ପାଟଣାଗଡ଼ ସ୍ଥାୟୀୟ ବଥର୍ଲା ପଞ୍ଚାୟତ ବଂଜାରୀ ଠାରେ ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା | ଜିିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବିଗତ ଦିନର କାର୍ଯ୍ୟକ୍ରମ ଓ ଆଦିବାସୀ ମାନଙ୍କ ଶିକ୍ଷା, ପଦୋନ୍ନତି, ସାମାଜିକ, ରାଜନୈତିକ ସ୍ଥିତି, ଗ୍ରାମାଞ୍ଚଳର ମୌଳିକ ଅସୁବିଧା ସହ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା | ସଭାରେ ପାଟଣାଗଡ଼ ଉପଖଣ୍ଡ ର ପ୍ରତ୍ୟେକ ପଞ୍ଚାୟତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଗତ କିଛି ଦିନ ପୂର୍ବେ ବିଂଝାଲ ସମାଜର କେତେଜଣ କର୍ମକର୍ତ୍ତା ବାଲିପଟା ବନକାବିହର ଛକ ଠାରେ ସ୍ୱାଧୀନତା ସଂଗ୍ରାମୀ ସହିଦ ମାଧୋ ସିଂ ବରିହାଙ୍କର ପ୍ରତିମୂର୍ତ୍ତି ଓ ଏକ ଶିଶୁ ଉଦ୍ୟାନ ନିର୍ମାଣ ଉଦ୍ଦେଶ୍ୟରେ ଜାଗା ଚିହ୍ନଟ କରିବା ପାଇଁ ଲିଖିତ ଭାବେ ଏକ ଦାବିପତ୍ର ସହ ସେଠାରେ ଭୂମିପୂଜା ସମୟର ଫଳକର ଫୋଟୋ କପି ଦେଲେ | ସରୋଜ ମେହେର ଫୋଟୋ କପିରେ ଥିବା ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବରିହା, ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଏବଂ ଅନେକ ସ୍ବର୍ଗୀୟ ନେତାଙ୍କର ନାମ ଉପରେ ଲାଲ କଲମରେ ଗାର ଟାଣି "ମୋତେ କ୍ରସ କରି ମୋର ପାଖକୁ ଆସିଛ, ମୁଇ ଏନ୍ତା କାର୍ଯ୍ୟକ୍ରମ କେ ନିଯାଏ ମୋତେ କାଣା ଭାବିଲ" କହି ବିଂଝାଲ ସମାଜ ତଥା ଆଦିବାସୀ ସମାଜ କୁ ଅପମାନିତ କରିଥିଲେ | ବିଧାୟକଙ୍କ ଏଭଳି ହୀନ ମନ୍ତବ୍ୟ ଉପରେ ଆଲୋଚନା କରି ବିଧାୟକଙ୍କର କାର୍ଯ୍ୟକଳାପକୁ ନିନ୍ଦା କରି ଆଗାମୀ ଦିନରେ ଜୋରଦାର ପ୍ରତିବାଦ, ସବୁ ଥାନାରେ ଅଭିଯୋଗ , ଭୋଟ ମାଧ୍ୟମରେ କଡା ଜବାବ ଦେବାକୁ ନିଷ୍ପତ୍ତି ନିଆଯାଇଛି | ଆଦିବାସୀ କଲ୍ୟାଣ ସଙ୍ଘ ପାଟଣାଗଡ ବିଧାୟକ ଙ୍କୁ ଆଗାମୀ ନିର୍ବାଚନ ରେ କଡା ଜବାବ ଦେବ ବୋଲି ଚେତାବନୀ ଦିଆଯାଇଛି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !