ମହୀୟସୀ ମହିଳାଙ୍କ ସେବାକାର୍ଯ୍ୟ ରେ ଅଞ୍ଚଳବାସୀ ଖୁସି l

କଣ୍ଟାବାଞ୍ଜି(ବ୍ୟୁରୋ ରିପୋର୍ଟ) : - ଆଜିର ଦୁନିଆରେ ବିନା କୌଣସି ସ୍ୱାର୍ଥ କିଏ କାହାକୁ ସାହାର୍ଯ୍ୟ କରେ ନାହିଁ। କିନ୍ତୁ ଆଜି ବି ଜଣେ ଏମିତି ମହିଳା ରହିଛନ୍ତି ଯିଏ ବିନା କୌଣସି ସ୍ୱାର୍ଥରେ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ତାପମାତ୍ର ୪୨ ଡିଗ୍ରୀ ଉପରେ,ଏଭଲି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସହର କୁ ଆସୁଥିବା ଗ୍ରାମାଞ୍ଚଳର ଲୋକ ମାନେ ପାଣି ପାଇଁ ଡହକ ବିକଲ ହେଉଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲି ଲୋକଙ୍କୁ ପିଇବା ପାଣି ଦିଆ ହେଉଛି । ଏହା ପ୍ରଶାସନର କାମ ଯାହା ପ୍ରଶାସନ ଠିକ ଭାବେ କରୁଛି। କିନ୍ତୁ ଜଣେ ମହୀୟସୀ ମହିଳା ନିଜେ ଏକ ମହିଳା ଜନ କଲ୍ୟାଣ ସ୍ବେଛାସେବୀ ଅନୁଷ୍ଠାନ ପ୍ରତିଷ୍ଠା କରି ସମୟ ଅନୁସାରେ ଅସାହାୟ ଙ୍କୁ ସହାୟତାର ହାତ ବଢାଉଛନ୍ତି। ଶୀତ ଦିନ ରେ ଶୀତ ବସ୍ତ୍ର ବଣ୍ଟନ,ବର୍ଷା ଦିନରେ ଛତା ଓ ପଳିଥିନ ବଣ୍ଟନ କରନ୍ତି। ଯେଉଁଠି ଅସହାୟ ବ୍ଯକ୍ତି ଙ୍କୁ ଦେଖିଲେ ମାତ୍ରେ ସହାୟତା କରିଥାନ୍ତି। ଆଜି ସେହି ମହିଳା ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ବାସିନ୍ଦା ପ୍ରିତି ଜୈନ ପେଶା ରେ ଜଣେ ବ୍ୟବସାୟୀ କିନ୍ତୁ ନିଶା ତାଙ୍କର ସମାଜସେବା l ଏହି ପ୍ରଚଣ୍ଡ ଖରାରେ ନିଜ ବ୍ୟବସାୟ ସମ୍ଭାଳିବା ସହ ନିଜେ ତାଙ୍କର ଦୋକାନ ବାହାରେ ନିଜ ଖର୍ଚ୍ଚରୁ ସରବତ, ଥଣ୍ଡା ପାଣି ପିଇବା ଦେବା ସହ ଲୋକ ଙ୍କୁ ଚଣା ଓ ମୁଗ ମଧ୍ଯ ଖାଇବାକୁ ଦେଉଛନ୍ତି। ଖରା ତାତିରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଛତା ମଧ୍ଯ ବଣ୍ଟନ କରୁଛନ୍ତି। ଯେଉଁ ଲୋକ ଖାଲି ପାଦରେ ଯିବା ଦେଖିଲେ ସେମାନଙ୍କୁ ଚପଳ ପ୍ରଦାନ କରୁଥିବା ଦେଉଥିବା ଦେଖିବାକୁ ମିଳିଛି । ପ୍ରିତି ଜୈନ ବିଭିନ୍ନ ସମାଜିକ ସଂଗଠନ ସହ ଜଡିତ। ପ୍ରୀତି କୁହନ୍ତି "ଯଦି ଲୋକ ପିଇବା ପାଣି ପାଇଁ ପାଉଚ ଏବଂ ବୋତଲ କିଣିବ ତେବେ ନିଶ୍ଚିତ ଭାବେ ଟଙ୍କା ଖର୍ଚ୍ଚ ହେବ, କିନ୍ତୁ ମୁଁ ସେଭଳି ଏବଂ ଏହି ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ସରବତ୍ ଏବଂ ଥଣ୍ଡା ପାଣି ପିଇବା ପାଇଁ ଦେଉଛି,ଗ୍ରୀଷ୍ମ ପ୍ରବାହ ରେ ଯିବା ଆସିବା ଲୋକଙ୍କୁ ଅସୁବିଧା ହେଉଛି ତେଣୁ ସେମାନଙ୍କ ଶରୀର ରେ ଶକ୍ତି ଯୋଗାଇବା ପାଇଁ ଚଣା, ମୁଗ, ଚିନାବାଦାମ ଓଦା କରି ସେମାନ ଙ୍କୁ ଖାଇବାକୁ ଦେଉଛି"। କେବଳ ଯେ ଏବେ ସେ ପିଇବା ପାଣି ଦେଉଛନ୍ତି ତାହା ନୁହେଁ ବିଗତ ୫ ବର୍ଷ ହେଲା ସେ ନିଜସ୍ବ ଏହି ଜଳଛତ୍ର ଆମ୍ଭର କରିଛନ୍ତି। ଅତି ଗରିବ ଲୋକଙ୍କୁ ଦରକାର ପଡିଲେ ଖାଇବାର ବ୍ୟବସ୍ଥା କରିବା ସହ ଛତା, ଚପଲ , କପଡା ମଧ୍ୟ ଦେଉଥିବା ଦେଖାଯାଏ। ଅନେକ ସମୟରେ ବିଭିନ୍ନ ଅନାଥ ଆଶ୍ରମ ଯାଇ ସେଠାରେ ଆବଶ୍ୟକ ପଡୁଥିବା ସାମଗ୍ରୀ ଯୋଗାଇଥାଆନ୍ତି। ତାହା ସହିତ ପଶୁପକ୍ଷୀଙ୍କୁ ମଧ୍ଯ ଖାଇବାକୁ ଦେଇଥାଆନ୍ତି ପ୍ରତି, ବର୍ଷା ଦିନ ଆସିଲେ ସେ ବୃକ୍ଷ ରୋପଣ କରିଥାନ୍ତି। ଆଜିର ଦିନରେ ଜଣେ ମହିଳା ନିଜ ବ୍ୟବସାୟ ଚଲାଇବା ସହ ସେହି ବ୍ୟବସାୟ ରୁ ସଂଗ୍ରହ କରିଥିବା ଲାଭାଂଶ ଟଙ୍କାକୁ ସମାଜ ସେବାରେ ଲଗାଇଥାଆନ୍ତି। ଜଣେ ମହିଳା ଏଭଲି ଜନସେବା କରୁଛି ତାହା ନିଶ୍ଚିତ ଭାବେ ଅନ୍ୟ ମାନଙ୍କୁ ପ୍ରେରଣା ଦେବ l ସମାଜରେ ପ୍ରତ୍ୟେକ ନାରୀ ଏହିପରି ସୁକାର୍ଯ୍ୟ ପାଇଁ ଆଗେଇ ଆସିବା ଦରକାର ବୋଲି ସେ କହିଛନ୍ତି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !