ଏବେ ବି ବଞ୍ଚି ରହିଛି ପୂରାତନ ପରମ୍ପରା, ଖଟ ରେ ଶୋଉ ନ ଥିବା ଗାଁ '' କୋଟଗାଁ'' I
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ନିଦ ଖୋଜେ ଆରାମ ଶେଜ । ନିଦ ହେଲେ ମଣିଷ ଯେ କୌଣସି ସ୍ଥାନରେ ଧୋଳେଇ ପଡେ । ତଥାପି ଟିକିଏ ଆରାମ ରେ ଶୋଇବାକୁ ମଣିଷ ପସନ୍ଦ କରେ । ଧନୀ ହେଉ କି ଗରିବ ସମସ୍ତେ ନିଶ୍ଚିତ ଖୋଜେ ଖଟ କି ପଲଙ୍କ । ହେଲେ ବର୍ତ୍ତମାନ ସମୟରେ ମଧ୍ୟ ଗୋଟିଏ ଗାଁ ଅଛି ଯେଉଁ ଗାଁରେ କାଳ କାଳ ଧରି ଖଟ କି ପଲଙ୍କ ବ୍ୟବହାର ହେଉନଥିବା ଦେଖି ଆଶ୍ଚର୍ଯ୍ୟ ଲାଗେ । ଏହା ଦେଖିବା କୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ନିରାଟ ସତ୍ୟ । ନୂଆପଡା ଜିଲ୍ଲାର ଏକ ଗାଁ ଅଛି ସେହି ଗାଁର ନାଁ '' କୋଟଗାଁ '' । ନୁଆପଡା ଜିଲ୍ଲା ସଦର ମହକୁମା ଠାରୁ ୧୦୫ କି.ମି. ଦୂର ବଣ ପାହାଡ ଘେରା ପାତାଳ ଗଙ୍ଗା ନିକଟସ୍ଥ ଆଦିମ ଜନଜାତି ବହୁଳ ଏକ ବସ୍ତି ହେଉଛି '' କୋଟଗାଁ'' । ଏହି ଗାଁରେ ମୁଖ୍ୟତ ଗଣ୍ଡ ମାଝୀ, ଭୁଞ୍ଜିଆ, ଚିନ୍ଦା ସମ୍ପ୍ରଦାୟର ର ଲୋକେ ବସବାସ କରନ୍ତି । ଏହି ଅଧିବାସୀ ମାନେ ତାଙ୍କ ଦେବାଦେବୀ ଉପରେ ପ୍ରଗାଢ ବିଶ୍ୱାସ ରଖିଥାନ୍ତି । ଏହି ଦେବାଦେବୀ ଙ୍କୁ ନେଇ ଗାଁରେ ରହିଛି ଏକ ଅଜଣା ପରମ୍ପରା। ଗାଁର ଇଷ୍ଟ ଦେବୀ ଙ୍କୁ ସମ୍ମାନ ଜଣାଇବା କୁ ଯାଇ ଗାଁର ଛୋଟ ଠାରୁ ବୁଢା ସମସ୍ତେ ଯୁଗ ଯୁଗ ଧରି ଖଟ ରେ ଶୋଉ ନଥିବା ବେଳେ ଚୌକି ରେ ବସୁନଥିବା ଦେଖିବାକୁ ମିଳେ । ଏଠିକାର ସମସ୍ତେ ତଳେ ଶୋଉଥିବା ବେଳେ କୌଣସି ଅତିଥି ଆସିଲେ ମଧ୍ୟ ତଳେ ବସିବା କୁ ଦେଉଥିବା ଦେଖିବାକୁ ମିଳେ । ଯେତେବେଳେ ଭୁଲ ବସତ ଖଟ ...