ଜଳଭଣ୍ଡାର କୁ ମାଛ ଧରି ଯାଇଥିବା ବେଳେ ଡଙ୍ଗା ବୁଡି ଜଣେ ମୃତ I


ଅନୁଗୁଳ:-  ଜିଲ୍ଲା ର ପାଲଲହଡା ଥାନା ଅନ୍ତର୍ଗତ ଚାଷଗୁରୁଜାଙ୍ଗ ପଞ୍ଚାୟତ ସୁସବ ଗ୍ରାମ ନିକଟ ରେ ଥିବା ରେଙ୍ଗାଳି ଡ୍ୟାମ ର ଜଳଭଣ୍ଡାର କୁ ଏକ ହୋଲି ଡ଼ଙ୍ଗା ରେ ମାଛ ଧରିବାକୁ ଯାଇଥିବା ବେଳେ ଡ଼ଙ୍ଗା ଓଲଟି ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଛି l 
ମୃତକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଠିଆନାଳ ଗ୍ରାମର ଭାଗ୍ୟ ଧୀବାର ବୋଲି ଜଣା ପଡିଛି I ସେ ଗତ କାଲିଠାରୁ ଜଳଭଣ୍ଡାର କୁ ମାଛ ଧରିବାକୁ ଯାଇ ଘରକୁ ଫେରିନଥିଲେ , ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ବହୁ ଖୋଜ ଖୋଜି କଲା ପରେ ଆଜି
 ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖି ପାଳଲହଡା ଅଗ୍ନିଶମ ବିଭାଗ ଏବଂ ପୋଲିସ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରିବା ସହ ପୋଲିସ ମୃତ ଦେହ କୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି I

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !