ଟାଟା ଷ୍ଟିଲ ତରଫରୁ ୩୪ତମ ସଡ଼କ ସୁରକ୍ଷା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଯାଜପୁର(କଳିଙ୍ଗନଗର) :- ଜିଲ୍ଲା ର ଦାନଗଦୀ ହାଟ ନିକଟରେ ଟାଟା କମ୍ପାନୀ ତରଫରୁ ଦାନଗଦୀ ପୋଲିସ କୁ ନେଇ ୩୪ତମ ସଡ଼କ ସୁରକ୍ଷା ଜୀବନ ରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ମୋଟରସାଇକେଲ ଆରୋହୀ କିପରି ହେଲମେଟ ପିନ୍ଧି ନିଜ ଜୀବନ ସୁରକ୍ଷା କରିପାରିବେ ତାହା ସଚେତନତା କରାଯାଇଥିଲା l ଏବଂ ଡବଲ ହେଲମେଟ ପିନ୍ଦିଥିବା ବ୍ୟକ୍ତି ଙ୍କୁ ଫୁଲ ଗଛ ଦେଇ ସମ୍ବର୍ଦ୍ଧନା କରାଯାଇଥିବାର ଦେଖିବାକୁ ମିଳିଥିଲା l ଜନଜାଗରଣ ସୃଷ୍ଠି କରିବା ଏହାର ଲକ୍ଷ୍ୟ ନେଇ ଟାଟା ଷ୍ଟିଲର ଏହା ଏକ ନିଆର ପ୍ରୟାସ l ଏହି ଅବସରରେ ଦାନଗଦୀ ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଯୋଗଦେଇ କହିଲେ ଯେ "ସମସ୍ତ ଜନସାଧାରଣ ଗାଡ଼ି ଚଳାଇଲା ବେଳେ ସର୍ବଦା ହେଲମେଟ ବ୍ୟବହାର କଲେ ନିଜର ସୁରକ୍ଷା ସହିତ ପରିବାର ସୁରକ୍ଷିତ ରହି ପାରିବ" l ଟାଟା ଷ୍ଟିଲ୍ ର CSM ଟିମ୍ ର ସରୋଜ ବେହେରା, ପତିତପାବନ ପତି, ବିବେକ ପଣ୍ଡା, ରାକେଶ ପାଲ, ଏମ୍ ଡି ଇସ୍ ରୟାଲ, ରବି ମୁନି ଙ୍କ ସହଯୋଗରେ ରେ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ହୋଇଥିଲା l