ଚତୁର୍ଥ ଦିନରେ ଷ୍ଟିଲ କନକ୍ଲେଭ କଳିଙ୍ଗନଗର ମହୋତ୍ସବ l

 (ବବି ଦାସ -ପ୍ରିତିରଞ୍ଜନ ଙ୍କ ମଧୁର ମିଳନ) 
ଯାଜପୁର (କଳିଙ୍ଗନଗର) - ଷ୍ଟିଲ କନକ୍ଲେଭ କଳିଙ୍ଗନଗର ମହୋତ୍ସବ ଚତୁର୍ଥ ଦିନରେ ପହଁଚିଛି । ଆଜି ରବିବାର ଥିବାରୁ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା, ଆବାଳବୃଦ୍ଧବନିତା ସମସ୍ତେ ମହୋତ୍ସବକୁ ଉପଭୋଗ କରୁଛନ୍ତି । ଛୋଟଛୋଟ ଦୋକାନ ମାନଙ୍କର ବ୍ୟବସାୟ ଭଲ ହେଉଛି।ବିଶେଷ କରି ଖାଦ୍ୟ ପାନୀୟ ଦୋକାନରେ ଭଲ ଭିଡ଼ ଦେଖିବାକୁ ମିଳିଥିଲା l ପଲ୍ଲୀଶ୍ରୀମେଳାରେ ଆସିଥିବା ଆସବାବ ପତ୍ର ଦର୍ଶକଙ୍କୁ ଆକୃଷ୍ଟ କରିପାରିଛି । ଦର୍ଶକ ରଙ୍ଗାରଙ୍ଗ
କାର୍ଯ୍ୟକ୍ରମ ବେଶ୍ ମନଭରି ଉପଭୋଗ କରୁଛନ୍ତି। ଆଜିର ଏହି ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିବା ବିଜୁ ଜନତା ଦଳର ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଗ୍ରାମ୍ୟ
ଉନ୍ନୟନ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରୀତିର"ଜନ ଘଡ଼ାଇ । ବବି ବିଜୁୁ ବାବୁଙ୍କ ସ୍ବପ୍ନର କଳିଙ୍ଗ ନଗରକୁ ତାଙ୍କ ସୁପୁତ୍ର ରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରିଥିବାର କଥା କହିଥିବା ବେଳେ ପ୍ରାକ୍ତନ
ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ସୁପୁତ୍ର ପ୍ରୀତିଙ୍କ
ଉଦ୍ୟମରେ ମହୋତ୍ସବ ଷ୍ଟିଲ କନକ୍ଲେଭର
ରୂପ ନେଇପାରିଛି ବୋଲି କହିଥିଲେ ।ବବି ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରସଂଶା କରିବା ସହିତ ଦାନୀ ବାବୁ ଙ୍କୁ ମଧ୍ଯ ପ୍ରସଂଶା ରେ ପୋତି ପକାଇଥିଲେ । ମହୋତ୍ସବରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ହକି ପାଇଁ ମୁଖ୍ୟମନ୍ତ୍ରୀ ଏବଂ କଳିଙ୍ଗ ନଗର ମହୋତ୍ସବ ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରଂଶସା ମଧ୍ଯ କରିଥିଲେ । ଶିଳ୍ପର ବିକାଶ ହେଲେ ଦେଶର ବିକାଶ ହେବ କହିଥିଲେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ l ଆଗାମୀ ଦିନରେ କଳିଙ୍ଗ ନଗର ମହୋତ୍ସବକୁ କିପରି ଷ୍ଟିଲ କନକ୍ଲେଭରେ ପରିଣତ କରିବେ ସେଥି ପାଇଁ ଦୃଷ୍ଟି ଦେବେ ବୋଲି ଉଭୟ ବବି ଏବଂ ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ କହିବା ସହ ମହୋତ୍ସବକୁ କିପରି ଆହୁରି ସୁନ୍ଦର ଭାବରେ ସଫଳ କରିବେ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ l ମହୋତ୍ସବ ମଞ୍ଚରେ କଳା ସ୍ଥାପତ୍ୟ, ପଥର ଶିଳ୍ପୀ ଓ ବୁଣାକାରଙ୍କୁ ସମ୍ମାନିତ କରାଯାଇଥିଲା। ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ ସିନେ ତାରକା ଓ କଣ୍ଠ ଶିଳ୍ପୀ ସୁବାଶିଶ, ମଣ୍ଟୁ ଛୁରିଆ ଙ୍କ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ଦର୍ଶକମାନଙ୍କ ମନକୁ ଉତ୍ସାହିତ କରିଥିଲେ । ଆଜିର ମଞ୍ଚକୁ ପରିଚାଳନା କରିଥିଲେ ସିନେ ତାରକା ପୁପିନ୍ଦର ଓ ଶୋଭନା।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !