ସୁକିନ୍ଦା ବିଜେପି ପକ୍ଷରୁ ସେବା ସପ୍ତାହ ପାଳନ, ବିଜେପି ରେ ଯୋଗଦାନ କଲେ କଂଗ୍ରେସ ଓ ବିଜେଡି କର୍ମୀ l

ଯାଜପୁର (ବ୍ୟୁରୋ ରିପୋର୍ଟ) - : ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୦ ତମ ଜନ୍ମଦିନ ଦିନ ପାଳନ ଅବସରରେ ସୁକିନ୍ଦା ବିଜେପି ପକ୍ଷରୁ, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ଶୁଖିଲା ଖାଦ୍ୟ ବଂଟନ ଆଦି କାର୍ଯ୍ୟକ୍ରମ କରାଯାଇଛି I ପ୍ରଧାନମନ୍ତ୍ରୀ ଙ୍କ ଏହି ଜନ୍ମ ସପ୍ତାହ କୁ ଦେଶ ରେ ସେବା ସପ୍ତାହ ଭାବେ ପାଳନ କରାଯାଉଛି । ଆଜି ପୂର୍ବାହ୍ନରେ ସୁକିନ୍ଦାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଅଶୋକଝର ଠାରେ ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ (ଟୁଟୁ ବାବୁ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ସମୂହ ଦୀପ ପ୍ରଜ୍ଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀ ମୋଦି ଜୀଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରାଯାଇଥିଲା । ଏହା ପରେ ଏହି ପର୍ଯ୍ୟଟନ ସ୍ଥଳୀ ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳା ଯୁବ ବିଜେପି ନେତା ବିଶ୍ୱଜିତ୍ ରାଜ୍ (ବାବୁନି), ଉଦୟ ନାରାୟଣ ସିଂସାମନ୍ତ, ୩୮ନଂ. ସୁକିନ୍ଦା ଶିଳ୍ପାଚଂଳ ମଣ୍ଡଳ ସଂଯୋଜକ ସରୋଜ ବାରିକ, ଜୀତେନ୍ଦ୍ର ମହାନ୍ତ, ଦେବେନ୍ଦ୍ର ପ୍ରଧାନ, ଶରତ ମହାନ୍ତ, ଶରତ ନାୟକ, ପୁରୁଷୋତମ ସାହୁ, ନିରଞ୍ଜନ ମହାନ୍ତ, ବୀରବର ସାହୁ, ଶ୍ରୀଧର ମହାନ୍ତ, ଇଶ୍ୱର ନାୟକ, ଧର୍ଯ୍ୟଧର ଦାସ, ରାହୁଲ ନାୟକ, ସଂଜୟ ଖୁଂଟିଆ, ସୈାମେନ୍ଦ୍ର ସିଂସାମନ୍ତ, କ...