Posts

Showing posts from May 12, 2020

ନିଆଁ ରେ ଜଳିଗଲା ଛଅ ବଖରା ଘର, ପରିବାର ନିରାଶ୍ରୟ, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ.. l

Image
ଯାଜପୁର - ଆଜି ପୂର୍ବାହ୍ନ ୧୨.୩୦ ରେ କୋରେଇ ଥାନା ଅନ୍ତର୍ଗତ ହଳଦିଗଡ଼ିଆର ନିବାସୀ ଭାଗିରଥିନାଥଙ୍କର ଚାଳଛପର ଘର ଆକସ୍ମିକ ଭାବେ ନିଆଁ ଲାଗି ସଂପୁର୍ଣ୍ଣ ରୁପେ ଛଅ ବଖରା ଘର ସହ ଟି.ଭି.ଫ୍ରିଜ .ଆଲମିରା.ଖଟ. ପଲଙ୍କ . ସୋଫା . ଧାନ ଚାଉଳ . ନିଜରଲୁଗାପଟା, ଅତ୍ୟାବଶକୀୟ କାଗଜପତ୍ର ଟଙ୍କାପଇସା ଯାହାର ଆନୁମାନିକ ମୂଲ୍ଯ ସାତରୁ ଆଠ ଲକ୍ଷ ଟଙ୍କା ର ସଂପତ୍ତି ପୋଡ଼ି ନିମିଷକମଧ୍ୟରେ ଧ୍ବଂସ ପାଇଯାଇଥିଲା l ଖବର ପାଇ ସ୍ଥାନୀୟ ଵରୁଣ୍ଡାଇର ଦମକଳ ଆସି ନିଆଁକୁ ଆୟତକଲାବେଳକୁ ସବୁ ଧ୍ବଂସ ପାଇଯାଇଥିଲା l ଏହି ପରିବାର ଟି ସଂପୁର୍ଣ୍ଣ ଭାବେ ନିରାଶ୍ରୟ ହୋଇପଡିଛନ୍ତି l ଏମିତିକି ମୁଣ୍ଡ ଗୁଂଜିବାକୁ ଘର ଖଣ୍ଡେ ବି ନାହିଁ l ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନମାନେ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଲୋକେ l ଖବର ପାଇ କୋରେଇଥାନାର ଆଇ.ଆଇ.ସି., ତୁଳତୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଦିପ୍ତିମୟୀ କୁଅଁର, ହଳଦୀ ଗଡିଆ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ମଲ୍ଲିକ, ତୁଳତୀସର୍କଲ ର ଆର.ଆଇ. ଯୁବସମାଜସେବୀ ଭୁବନ ମୋହନ ମହାନ୍ତି, ଉଦୟ କୁମାର ସାହୁ, ପୁରୁଷୋତ୍ତମ ବିଶ୍ଵାଳ, ଦୁର୍ଗା ପ୍ରସାଦ ଦାସ, ଉଦୟକୁମାର ନାୟକ, ସହ ଅନେକ ବ୍ୟକ୍ତି ବିଶେଷ ପହଁଚି ଅଗ୍ନି ବିପନ୍ନ ପରିବାର କୁ ସମବେଦନା ଜଣାଇଛନ୍ତି l ଏହି ପରିବାରକୁ ଯଥା ଶୀଘ୍ର ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥା