Posts

Showing posts from November 24, 2024

ବଜରଙ୍ଗ ଦଳ ବିଞ୍ଝାରପୁର ପ୍ରଖଣ୍ଡ ର ନୂତନ କାର୍ଯ୍ୟକର୍ତ୍ତା ଚୟନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) : - ୨୩/୧୧, ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳର ଏକ ନୂତନ ଟୋଲୀ ଘୋଷଣା କାର୍ଯ୍ୟକ୍ରମ ବରୁଣେଶ୍ୱର ପୀଠ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି,ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ,ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି ଯୋଗଦେଇ ସଂଗଠନ କିଭଳି ସଶକ୍ତ ହୋଇପାରିବ, ଯୁବକ ମାନେ ଦେଶରକ୍ଷା ଧର୍ମ ରକ୍ଷା ପାଇଁ କିଭଳି ଆଗେଇଆସିବେ ଏହି ସମସ୍ତ ବିଷୟ ଉପରେ ମାଗଦର୍ଶନ କରିଥିଲେ l ଏହି ଅବସରରେ ନୂତନ ଦାଇତ୍ୱ ଭାର ବହନ କରିବ ପାଇଁ  ବିଂଝାରପୁର ପୁର ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ, ପ୍ରଖଣ୍ଡ ସହ ସଂଯୋଜକ ବିଶ୍ୱଜିତ ସାମଲ, ଦାସ ମୁରଲୀ ମୋହନ, ସୋମ୍ୟରଞ୍ଜନ ସାମଲ, ସୁଜିତ ମଲ୍ଲିକ ଓ ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ କିରଣ କୁମାର ଜେନା, ବଳ ଉପାସନା ପ୍ରମୁଖ ପ୍ରଭାତ ପରିଡା, ମହାବିଦ୍ୟାଳୟ ପ୍ରମୁଖ ପିଣ୍ଟୁ ମଲ୍ଲିକ, ସୁରକ୍ଷା ପ୍ରମୁଖ ସୋମ୍ୟ ରଞ୍ଜନ ବିନ୍ଧାଣି,ସୂଚନା ପ୍ରମୁଖ ନିତ୍ୟାନନ୍ଦ ଦାସ, ସାପ୍ତାହିକ ମିଳନ ପ୍ରମୁଖ ବିଜୟୀ କୁମାର ନାଥ ଙ୍କୁ ଘୋଷଣା କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ୭୭ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଶାନ୍ତିପାଠ ଓ ଜୟ ଘୋଷ କରି ବୈଠକ ସାଙ୍ଗ କରାଯା...

ଓ.ଏ.ସ ହବ୍ ର ୭୦ ଜଣ ସଫଳ କୃତିତ୍ୱ ପରୀକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ଆଚାର୍ଯ୍ୟବିହାରସ୍ଥିତ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ଅନୁଷ୍ଠାନ ଓ. ଏ. ଏସ. ହବ୍ ର ମୋଟ ୭୦ ଜଣ ଶିକ୍ଷାର୍ଥୀ ଓଡ଼ିଶା ପ୍ରଶାସନିକ ସେବା ୨୦୨୪ ପରୀକ୍ଷାରେ ସଫଳ କୃତକାର୍ଯ୍ୟ ହୋଇ ଅନୁଷ୍ଠାନ ପାଇଁ ଗର୍ବ ଆଣିଛନ୍ତି l ସମୁଦାୟ ଏକଶହ କୋଡିଏ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦ଜଣ ଅନ୍ୟ ଙ୍କ କୃତକାର୍ଯ୍ୟ ପାଇଁ ଅନୁଷ୍ଠାନ ଆଜି ଗର୍ବିତ l ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଦୁଇ ଗୁଣ ଅଧିକ ସଫଳତା ପାଇଛନ୍ତି l ସେମାନଙ୍କର ପ୍ରତିଯୋଗିତା ମୂଳକ ପରୀକ୍ଷାରେ ବିଚକ୍ଷଣ ସଫଳତା ଯୋଗୁଁ ସେହି ୭୦ ଜଣ କୃତିତ୍ୱ ଅର୍ଜନ କରିଥିବା ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ସମ୍ବର୍ଦ୍ଧିତ କରାଯାଇଛି l ସମ୍ବର୍ଦ୍ଧନା ଉତ୍ସବରେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓୟୁଏଟି ର ପୂର୍ବତନ ଦିନ୍ ଶ୍ରୀଯୁକ୍ତ ହୃଷିକେଶ ସେନାପତି, ବର୍ତ୍ତମାନର ଡେପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ସନ୍ୟାସୀ ବେହେରା, ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ର ଏବଂ ବରିଷ୍ଠ ଶିକ୍ଷାବିତ ଶ୍ରୀଯୁକ୍ତ ଗିରିଶ ପ୍ରସାଦ ସ୍ୱାଇଁ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଥିଲେ ଏବଂ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l  କାର୍ଯ୍ୟକ୍ରମରେ ଅନୁଷ୍ଠାନର ଲଳିତ ମୋହନ ଦାସ ଅଧିକାରୀ, ଶିବାଶ କୁମାର ହାଜରା, ପ୍ରମୋଦିନୀ ମିଶ୍ର ଏବଂ ଅନୁଷ୍ଠାନର ସଭ୍ୟବୃନ୍ଦ...

ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ ୩୫ ତମ ଶିଳ୍ପ ବାଣିଜ୍ଯ ମେଳା l

Image
ଯାଜପୁର(ବ୍ୟାସନଗର ):- ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଚୂନଭାଟି ପ୍ଲଟ ପଡ଼ିଆ ଠାରେ ଚଳିତ ନଭେମ୍ବର ମାସ ୨୫ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ୩୫ ତମ ଶିଳ୍ପ ବାଣିଜ୍ୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଯାଜପୁର ଜିଲ୍ଲାପାଳଙ୍କ ଉଦଘାଟିତ ହେବା ନେଇ କମିଟି ପକ୍ଷରୁ ଏକ ପ୍ରେସ ମିଟ ଜରିଆରେ ସୂଚନା ଦିଆଯାଇଅଛି। ଏଥି ସହିତ ମେଳାରେ ବିଭିନ୍ନ ପ୍ରକାର ଶିଳ୍ପ, ବସ୍ତ୍ର, କୁଟୀର ଶିଳ୍ପ, ବୟନ ଶିଳ୍ପ, ହସ୍ତ ଶିଳ୍ପ, ଗୃହ ଉପକରଣ କୁ ନେଇ ବିଭିନ୍ନ ଷ୍ଟଲ ଖୋଲା ଯିବାର ବ୍ୟବସ୍ଥା ମଧ୍ୟ ରହିଅଛି । ଦର୍ଶକମାନଙ୍କ ମଜା ନେବା ପାଇଁ ବିଭିନ୍ନ ପ୍ରକାର ଦୋଳି ଓ ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଇଅଛି । ପ୍ରତିଦିନ ବାହାର କଳାକାରଙ୍କ ସହିତ ଓ ସ୍ଥାନୀୟ କଳାକାର, କୁନି କୁନି ପିଲା ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟିର ସଭାପତି ଜିତେନ୍ଦ୍ର ପ୍ରତିହାରୀ କହିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦର୍ଶକମାନେ ଏଠାକୁ ଆସି ମେଳା ଉପଭୋଗ କରିବା ପାଇଁ ନିବେଦନ କରିଛନ୍ତି । ଏହି ପ୍ରେସ ମିଟରେ ଆୟୋଜକ କମିଟିର ସଦସ୍ୟ ପ୍ରମୋଦ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଦାସ, ସଂଗ୍ରାମ ରାଉତ, ଅର୍ଜୁନ କୁମାର ସ୍ୱାଇଁ, ବିନୋଦ ବିହାରୀ ଜେନା, ଜଗବନ୍ଧୁ ଦାସ, ସ୍ମୃତି ରଞ୍ଜନ ପଟ୍ଟନାୟକ , ସୁବାଶିଷ ରାଉତ, ସେଖ୍ ଦଲାଲଉଦ୍ଦିନଙ୍କ ସମେତ ଅନ୍ୟମାନେ ଉପସ୍...