ବଜରଙ୍ଗ ଦଳ ବିଞ୍ଝାରପୁର ପ୍ରଖଣ୍ଡ ର ନୂତନ କାର୍ଯ୍ୟକର୍ତ୍ତା ଚୟନ l
ଯାଜପୁର (ବ୍ୟୁରୋ ରିପୋର୍ଟ) : - ୨୩/୧୧, ବିଂଝାରପୁର ପ୍ରଖଣ୍ଡ ବଜରଙ୍ଗ ଦଳର ଏକ ନୂତନ ଟୋଲୀ ଘୋଷଣା କାର୍ଯ୍ୟକ୍ରମ ବରୁଣେଶ୍ୱର ପୀଠ ସ୍ଥିତ ରାମ ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଗୋରକ୍ଷା ପ୍ରମୁଖ ମଦନ ମୋହନ ବିନ୍ଧାଣି,ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ,ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି ଯୋଗଦେଇ ସଂଗଠନ କିଭଳି ସଶକ୍ତ ହୋଇପାରିବ, ଯୁବକ ମାନେ ଦେଶରକ୍ଷା ଧର୍ମ ରକ୍ଷା ପାଇଁ କିଭଳି ଆଗେଇଆସିବେ ଏହି ସମସ୍ତ ବିଷୟ ଉପରେ ମାଗଦର୍ଶନ କରିଥିଲେ l ଏହି ଅବସରରେ ନୂତନ ଦାଇତ୍ୱ ଭାର ବହନ କରିବ ପାଇଁ ବିଂଝାରପୁର ପୁର ପ୍ରଖଣ୍ଡ ବଜରଙ୍ଗ ଦଳ ସଂଯୋଜକ ସୁବୋଧ ଧଳ, ପ୍ରଖଣ୍ଡ ସହ ସଂଯୋଜକ ବିଶ୍ୱଜିତ ସାମଲ, ଦାସ ମୁରଲୀ ମୋହନ, ସୋମ୍ୟରଞ୍ଜନ ସାମଲ, ସୁଜିତ ମଲ୍ଲିକ ଓ ପ୍ରଖଣ୍ଡ ଗୋରକ୍ଷା ପ୍ରମୁଖ କିରଣ କୁମାର ଜେନା, ବଳ ଉପାସନା ପ୍ରମୁଖ ପ୍ରଭାତ ପରିଡା, ମହାବିଦ୍ୟାଳୟ ପ୍ରମୁଖ ପିଣ୍ଟୁ ମଲ୍ଲିକ, ସୁରକ୍ଷା ପ୍ରମୁଖ ସୋମ୍ୟ ରଞ୍ଜନ ବିନ୍ଧାଣି,ସୂଚନା ପ୍ରମୁଖ ନିତ୍ୟାନନ୍ଦ ଦାସ, ସାପ୍ତାହିକ ମିଳନ ପ୍ରମୁଖ ବିଜୟୀ କୁମାର ନାଥ ଙ୍କୁ ଘୋଷଣା କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ୭୭ ଜଣ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l ଶେଷରେ ଶାନ୍ତିପାଠ ଓ ଜୟ ଘୋଷ କରି ବୈଠକ ସାଙ୍ଗ କରାଯାଇଥିଲା l
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.