ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବ ୩୫ ତମ ଶିଳ୍ପ ବାଣିଜ୍ଯ ମେଳା l
ଯାଜପୁର(ବ୍ୟାସନଗର ):- ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଚୂନଭାଟି ପ୍ଲଟ ପଡ଼ିଆ ଠାରେ ଚଳିତ ନଭେମ୍ବର ମାସ ୨୫ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ୩୫ ତମ ଶିଳ୍ପ ବାଣିଜ୍ୟ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଯାଜପୁର ଜିଲ୍ଲାପାଳଙ୍କ ଉଦଘାଟିତ ହେବା ନେଇ କମିଟି ପକ୍ଷରୁ ଏକ ପ୍ରେସ ମିଟ ଜରିଆରେ ସୂଚନା ଦିଆଯାଇଅଛି। ଏଥି ସହିତ ମେଳାରେ ବିଭିନ୍ନ ପ୍ରକାର ଶିଳ୍ପ, ବସ୍ତ୍ର, କୁଟୀର ଶିଳ୍ପ, ବୟନ ଶିଳ୍ପ, ହସ୍ତ ଶିଳ୍ପ, ଗୃହ ଉପକରଣ କୁ ନେଇ ବିଭିନ୍ନ ଷ୍ଟଲ ଖୋଲା ଯିବାର ବ୍ୟବସ୍ଥା ମଧ୍ୟ ରହିଅଛି । ଦର୍ଶକମାନଙ୍କ ମଜା ନେବା ପାଇଁ ବିଭିନ୍ନ ପ୍ରକାର ଦୋଳି ଓ ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଇଅଛି । ପ୍ରତିଦିନ ବାହାର କଳାକାରଙ୍କ ସହିତ ଓ ସ୍ଥାନୀୟ କଳାକାର, କୁନି କୁନି ପିଲା ମାନଙ୍କଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟିର ସଭାପତି ଜିତେନ୍ଦ୍ର ପ୍ରତିହାରୀ କହିଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ଦର୍ଶକମାନେ ଏଠାକୁ ଆସି ମେଳା ଉପଭୋଗ କରିବା ପାଇଁ ନିବେଦନ କରିଛନ୍ତି । ଏହି ପ୍ରେସ ମିଟରେ ଆୟୋଜକ କମିଟିର ସଦସ୍ୟ ପ୍ରମୋଦ ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଦାସ, ସଂଗ୍ରାମ ରାଉତ, ଅର୍ଜୁନ କୁମାର ସ୍ୱାଇଁ, ବିନୋଦ ବିହାରୀ ଜେନା, ଜଗବନ୍ଧୁ ଦାସ, ସ୍ମୃତି ରଞ୍ଜନ ପଟ୍ଟନାୟକ , ସୁବାଶିଷ ରାଉତ, ସେଖ୍ ଦଲାଲଉଦ୍ଦିନଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।
Comments
Post a Comment
Thank you watching the News, Visit again. Please Share your thoughts with your family and friends. Thank you.