Posts

Showing posts from February 7, 2023

କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ l

Image
(ଜାତୀୟ ସ୍ତରର କଣ୍ଠଶିଳ୍ପୀ ପୱନଦୀପ ଓ ଅରୁନୀତା ଙ୍କ ଦମଦାର ସଙ୍ଗୀତ ପରିବେଷଣ)  ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦୀ ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ର ତେଲିବାହାଳି ମା ମହାପାଟ ପଡ଼ିଆ ଠାରେ ଅନୁଷ୍ଠିତ କଳିଙ୍ଗନଗର ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମାନ୍ୟବର ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଉପସ୍ଥିତ ରହି ଥିଲେ l ମାନ୍ୟବର ମନ୍ତ୍ରୀ ଗ୍ରାମ୍ଯଉନ୍ନୟନ ଓ ଦକ୍ଷତା ବିକାଶ ଇଂ ପ୍ରିତିରଞ୍ଜନ ଘଡାଇ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଉପସ୍ଥିତ ରହି ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହାସହିତ ସମସ୍ତ କାରଖାନାର ଅଧିକାରୀ ଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଚଳିତ ମାସ ଦୁଇ ତାରିଖରେ ଏହି କଳିଙ୍ଗନଗର ମହୋତ୍ସବ, ଷ୍ଟିଲ କନକ୍ଲେଭ ଉଦଘାଟିତ ହୋଇଥିଲା I ଦୀର୍ଘ ପାଞ୍ଚଦିନ ପାଇଁ ମହାସମାରୋହରେ ପାଳିତ ହୋଇଯାଇଛି ଏହି ମହୋତ୍ସବ l ଏହାସହିତ ଅଂଚଳବାସୀ ଙ୍କ ମନୋରଞ୍ଜନ ପାଇଁ କମିଟ ପକ୍ଷରୁ ବିଭିନ୍ନ ନାମଦାମୀ କଣ୍ଠଶିଳ୍