Posts

Showing posts from January 25, 2024

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ବାରା ଭ୍ରାମ୍ୟମାଣ ସାକ୍ଷରତା ପ୍ରକଳ୍ପର ଶୁଭାରମ୍ଭ l

Image
ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଏଚ୍‌ପି ଇଂକ୍‌ର ମିଳିତ ଉଦ୍ୟମରେ ‘କୌଶଲ୍ୟାନ’ –ଡିଜିଟାଲ ଭ୍ରାମ୍ୟମାଣ ଦକ୍ଷତା ବିକାଶ ଲ୍ୟାବ୍ ବୁଧବାର ଯାଜପୁର ଜିଲ୍ଲା ଦାନଗଦିସ୍ଥିତ ଟମକା ହାଇସ୍କୁଲରେ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡାଇ ଟାଟା ଷ୍ଟିଲ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍,ଏଚ୍‌ପି ଇଣ୍ଡିଆ ଏବଂ ସୋସାଇଟି ଫର୍ ଅଲରାଉଣ୍ଡ ଡେଭଲପମେଟ୍( ଏସ୍ଆରଡି)ର ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କମ୍ପ୍ୟୁଟରକୁ ଭ୍ରାମ୍ୟମାଣ ଯାନରେ ଆଣି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ସ୍ଥାନୀୟ ଯୁବକମାନଙ୍କୁ ଟେକ୍ନୋଲୋଜିର ସୁବିଧା ପହଂଚାଇବା ଉଦ୍ଦେଶ୍ୟରେ କୌଶଲ୍ୟାନ ଏକ ପଦକ୍ଷେପ । ଏହାବ୍ୟତୀତ ଆଇଟିଆଇ ଏବଂ ପଲିଟେକ୍‌ନିକ୍‌ ଅନୁଷ୍ଠାନ ଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯିବ ।‘କୌଶଲ୍ୟାନ’ରୁ ଉପକୃତ ହେଉଥିବା ଛାତ୍ରଛାତ୍ରୀମାନେ ଦିକ୍ଷା, ସ୍ଵୟଂ, ଇ-ସ୍କିଲ୍ ଇଣ୍ଡିଆ ଭଳି କେନ୍ଦ୍ର ସରକାରଙ୍କ ଜାତୀୟ ପୋର୍ଟାଲ୍‌ରେ ମଧ୍ୟ ପରିଚିତ ହେବେ । ୨୦୨୦ର ‘ଜାତୀୟ ଶିକ୍ଷା ନୀତି’ର ଧନ୍ଦାମୂଳକ ଶିକ୍ଷା ଏଜେଣ୍ଡା ସହ ଯୋଡ଼ି ହୋଇ ଏହି ଭ୍ରାମ୍ୟମାଣ କମ୍ପ୍ୟୁଟର ଲ୍ୟାବ୍ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏବଂ ଅବହେଳିତ ପୃଷ୍ଠଭୂମିର ଯୁବଗୋଷ୍ଠୀମାନଙ୍କ ପାଇଁ ବଜାର ସମ୍ବନ୍