କେମିତି ଗିରଫ୍ ହେଲେ କୋରାପୁଟ ଡ଼ିଇଓ ; ଦେଖନ୍ତୁ ସଂମ୍ପୂର୍ଣ୍ଣ ରିପୋର୍ଟରେ..

କୋରାପୁଟ; ଶିକ୍ଷକ ଚିତ୍ତ ରଞ୍ଜନ ପଣ୍ଡା (ଚଗଲା)ଙ୍କ ଆତ୍ମହତ୍ୟା ବେଶ କିଛି ଦନ ହେଲା ଜିଲ୍ଲାରେ ତହଳ ପକାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀଙ୍କ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସବୁଠି ଲାଗିରହିଥିଲା ଚର୍ଚ୍ଚା। ଆଜି ଏସବୁର ଅବସାନ ଘଟିଲା ଏବଂ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡା ଗିରଫ ହେଲେ । କଟକ ରୁ ଗିରଫ କରିଛନ୍ତି ସ୍ୱତନ୍ତ୍ର ତଦନ୍ତ କାରୀ ଟିମ। ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ପିଅନ କୁ ମଧ୍ୟ ଗିରଫ କରାଯାଇଛି। ଏହି ଘଟଣାରେ ସମୁଦାୟ ଗିରଫ ସଂଖ୍ୟା ୪ କୁ ବୃଦ୍ଧି ପାଇଛି। ଗତ ୨୧ ତାରିଖରେ ଜଣେ ବ୍ୟବସାୟୀ ଓ ଜଣେ ସାମ୍ବାଦିକ ଙ୍କୁ ଗିରଫ କରାଯାଇଥିଲା । ଶିକ୍ଷକ ଆତ୍ମହତ୍ୟା ପରେ ସୁଇସାଇଡ଼ ନୋଟ ରେ ଉଲ୍ଲେଖ ରହିଥିବା ବ୍ୟକ୍ତି ମାନେ ଫେରାର ହୋଇଯାଇଥିଲେ। ମାମଲା ର ତଦନ୍ତ ପ୍ରଥମେ କୋରାପୁଟ ଟାଉନ ଥାନା ପୋଲିସ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଘଟଣା ର ଗୁରୁତ୍ୱ କୁ ଦେଖି ସୁନାବେଡ଼ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ୫ ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା । ତଦନ୍ତ ଟିମ ଅଦ୍ୟାବଧି ଦୁଇଟି ପର୍ଯ୍ୟାୟରେ ୪ ଜଣଙ୍କୁ ଗିରଫ କରିଛି । ଫେରାର ଥିବା ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ବୋଲି କହିଛି। ୨୦୧୯ ଡିସେମ୍ବର ମାସ ୮ ତାରିଖ ରବିବାର ସକାଳୁ ଜିଲ୍ଲା ଅଧିକାରୀ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଙ୍କୁ ନିଜ...