କେମିତି ଗିରଫ୍ ହେଲେ କୋରାପୁଟ ଡ଼ିଇଓ ; ଦେଖନ୍ତୁ ସଂମ୍ପୂର୍ଣ୍ଣ ରିପୋର୍ଟରେ..

କୋରାପୁଟ;

ଶିକ୍ଷକ ଚିତ୍ତ ରଞ୍ଜନ ପଣ୍ଡା (ଚଗଲା)ଙ୍କ ଆତ୍ମହତ୍ୟା ବେଶ କିଛି ଦନ ହେଲା ଜିଲ୍ଲାରେ ତହଳ ପକାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସରକାରୀଙ୍କ ବାସଭବନରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିବା ଘଟଣାକୁ ନେଇ ସବୁଠି ଲାଗିରହିଥିଲା ଚର୍ଚ୍ଚା। ଆଜି ଏସବୁର ଅବସାନ ଘଟିଲା ଏବଂ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରମୋଦ କୁମାର ପଣ୍ଡା ଗିରଫ ହେଲେ । କଟକ ରୁ ଗିରଫ କରିଛନ୍ତି ସ୍ୱତନ୍ତ୍ର ତଦନ୍ତ କାରୀ ଟିମ। ଏଥିସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ପିଅନ କୁ ମଧ୍ୟ ଗିରଫ କରାଯାଇଛି। ଏହି ଘଟଣାରେ ସମୁଦାୟ ଗିରଫ ସଂଖ୍ୟା ୪ କୁ ବୃଦ୍ଧି ପାଇଛି।

ଗତ ୨୧ ତାରିଖରେ ଜଣେ ବ୍ୟବସାୟୀ ଓ ଜଣେ ସାମ୍ବାଦିକ ଙ୍କୁ ଗିରଫ କରାଯାଇଥିଲା । ଶିକ୍ଷକ ଆତ୍ମହତ୍ୟା ପରେ ସୁଇସାଇଡ଼ ନୋଟ ରେ ଉଲ୍ଲେଖ ରହିଥିବା ବ୍ୟକ୍ତି ମାନେ ଫେରାର ହୋଇଯାଇଥିଲେ।
ମାମଲା ର ତଦନ୍ତ ପ୍ରଥମେ କୋରାପୁଟ ଟାଉନ ଥାନା ପୋଲିସ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଘଟଣା ର ଗୁରୁତ୍ୱ କୁ ଦେଖି ସୁନାବେଡ଼ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ୫ ଜଣିଆ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା ।
ତଦନ୍ତ ଟିମ ଅଦ୍ୟାବଧି ଦୁଇଟି ପର୍ଯ୍ୟାୟରେ ୪ ଜଣଙ୍କୁ ଗିରଫ କରିଛି । ଫେରାର ଥିବା ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ବୋଲି କହିଛି। ୨୦୧୯ ଡିସେମ୍ବର ମାସ ୮ ତାରିଖ ରବିବାର ସକାଳୁ ଜିଲ୍ଲା ଅଧିକାରୀ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା ଙ୍କୁ ନିଜ ବାସଭବନର ଚାବି ଦେଇ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ । ପୂର୍ବାହ୍ନ ପ୍ରାୟ ୧୦ ଟା ବେଳେ ଶିକ୍ଷକ ଚିତ୍ତ ରଞ୍ଜନ ପଣ୍ଡା ଡ଼ିଇଓ ଙ୍କ ସରକାରୀ ବାସଭବନରେ ଘର ଭିତରପଟୁ ଚାବି ଦେଇ ଫ୍ୟାନ ରେ ରସି ଦେଇ ଆତ୍ମହତ୍ୟା କରିଥିଲେ। ମାନସିକ ଚାପ ଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିଲେ ବୋଲି ପରିବାର ବର୍ଗ ଅଭିଯୋଗ କରିଥିଲେ ।

ମୃତ ଶିକ୍ଷକଙ୍କ ପକେଟ ରୁ ପୋଲିସ ଏକ ସୁଇସାଇଡ଼ ନୋଟ ଜବତ କରାଯାଇଥିଲା ଓ ସେହି ସୁଇସାଇଡ଼ ନୋଟ ରେ ମୃତ୍ୟୁ ପାଇଁ କିଛି ସାମ୍ବାଦିକ,ଜିଲ୍ଲା ଶିକ୍ଷା ଅଧିକାରୀ, ଓ ସେହି କାର୍ଯ୍ୟାଳୟରେ କିଛି କର୍ମଚାରୀ ଙ୍କୁ ଦାୟୀ କରିଥିଲେ । ସେହି ସୁଇସାଇଡ଼ ନୋଟ ରେ ସମୁଦାୟ ୭ ଜଣଙ୍କ ନାମ ଉଲ୍ଲେଖ ରହିଥିଲା । ମାନସିକ ଚାପ ପକାଇଥିଲେ ଏଥିନେଇ ଆତ୍ମହତ୍ୟା କରିଥିଲେ ବୋଲି ଶିକ୍ଷକ ଆତ୍ମହତ୍ୟା କରିଥିଲେ ବୋଲି ଉଲ୍ଲେଖ କରିଥିଲେ । ପ୍ରଥମ ପୋଲିସ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିଲା । ପ୍ରଥମ ପର୍ଯ୍ୟାୟରେ ଜଣେ ବ୍ୟବସାୟୀ ଓ ଜଣେ ସାମ୍ବାଦିକ ଓ ଦ୍ଵିତୀୟ ପର୍ଯ୍ୟାୟ ରେ ଜିଲ୍ଲା ଶିକ୍ଷାଧିକାରୀ ଓ ପିଅନ କୁ ପୋଲିସ ଗିରଫ କରିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !