Posts

Showing posts from November 12, 2019

ଟାଟା ଷ୍ଟିଲ୍ ର ଦ୍ଵିତୀୟ ପର୍ଯ୍ୟାୟ କାରଖାନା ପାଇଁ ହୋଇଥିବା ଜନଶୁଣାଣି କୁ କଳିଙ୍ଗନଗର ସଚେତନ ନାଗରିକ ମଞ୍ଜ ପକ୍ଷରୁ ବିରୋଧ l

Image
ଯାଜପୁର (ବ୍ୟୁରୋ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ର ଟାଟା ଷ୍ଟିଲ କାରଖାନାରେ ୨୦୦୪ ରେ ପ୍ରଥମେ ଜନଶୁଣାଣି ହୋଇଥିଲା ପ୍ରକଳ୍ପ ନିର୍ମାଣ ଅଞ୍ଚଳ ର କୋଡ଼ିଏ କିମି ଦୂରରେ ଅବସ୍ଥିତ ଯାଜପୁର ରୋଡ଼ ଠାରେ l ସେତେବେଳେ କମ୍ପାନୀ ଜନସାଧାରଣ ଙ୍କୁ ଭୁଆଁ ବୁଲେଇଲା ଭଲି କାର୍ଯ୍ୟ କରି ତାର ଆଶା ପୂରଣ କରିବାରେ ସଫଳ ହୋଇଥିଲା l ପ୍ରକଳ୍ପର ଦିତୀୟ ପ୍ରଜାୟ ପ୍ରସ୍ତୁତି ରେ ଜନଶୁଣାଣି ଗୋଟିଏ ତାରିଖ ଦିନ ଧାର୍ଯ୍ୟ କରିଥିଲେ ମଧ୍ୟ ତାହା ନିର୍ଦ୍ଧାରିତ ତାରିଖରେ ନ ହୋଇ ସମୟ ଗଡ଼ାଇ ୨୫-୧୦-୨୦୧୯ ତାରିଖରେ କରିଥିଲେ l ଏହାଦ୍ୱାରା ସେ ଜନଶୁଣାଣି ସଫଳ କରାଇଥିଲେ ଏବଂ ଏକଦମ୍ ନାଟକୀୟ ଭାବେ l ସେ ପ୍ରାୟୋଜିତ ଜନଶୁଣାଣି କୁ କଳିଙ୍ଗନଗର ପ୍ରଦୂଷଣ ସଚେତନ ନାଗରିକ ମଞ୍ଜ ପକ୍ଷରୁ ଘୋର ବିରୋଧ କରିବା ସହିତ ଆଉଥରେ ପୁନର୍ବାର ଜନଶୁଣାଣି କରିବାକୁ ଜିଲ୍ଲାପ୍ରଶାସନ କୁ ଅନୁରୋଧ କରୁଛୁ l ଟାଟା ଷ୍ଟିଲ ନିର୍ଦ୍ଧିଷ୍ଠ କେତେକ ଅଞ୍ଚଳର ଲୋକଙ୍କୁ ଭଡ଼ ରେ ଆଣିବା ଓ ନିର୍ଦ୍ଧିଷ୍ଟ କେତେକ ଲୋକଙ୍କ ମଧ୍ୟରେ ଏହିଭଳି ପ୍ରାୟୋଜିତ ଜନଶୁଣାଣି କରି ବାହା ବାହା ନେବା ଏବଂ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ଚାଲିଥିବା ଏହିପରି କାର୍ଯ୍ୟକୁ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ କଳିଙ୍ଗନଗର ପ୍ରଦୂଷଣ ବିରୋଧୀ ସଚେତନତା ନାଗରିକ ମଞ୍ଚ ର ସମସ୍ତ ସଭ୍ଯ l

ବେଳାଭୂମି ସୁରକ୍ଷିତ ରଖିବା ପାଇଁ ଏକ ସ୍ଵତନ୍ତ୍ର ପ୍ରୟାସ l

Image
ପୁରୀ/ଚନ୍ଦ୍ରଭାଗା - ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମି ଓଡ଼ିଶାର ଏକ ପର୍ଯ୍ୟଟନ ସ୍ଥଳୀ ରହିଛି l ପୁରୀ - କୋଣାର୍କ ମଧ୍ୟରେ ଥିବା ଏହି ବେଳାଭୂମି କୁ ବହୁ ପର୍ଯ୍ୟଟକ ଦେଶ ବିଦେଶ ରୁ ଆସିଥାନ୍ତି l ଏହାକୁ ସଫାସୁତୁରା ଓ ସୁରକ୍ଷିତ ରଖିବା ଉଦେଶ୍ୟରେ ଏକ କାର୍ଯ୍ୟକ୍ରମ ହୋଇଯାଇଛି l ଚନ୍ଦ୍ରଭାଗା ବେଳାଭୂମି ର ଫୋଟୋଗ୍ରାଫ୍ ସଙ୍ଘ ଓ କିଛି ସ୍ଵେଚ୍ଛାସେବୀ ସଂଗଠନ ମିଳିତ ସହଯୋଗରେ ଏହି ବେଳାଭୂମି ସଫେଇରେ ନିୟୋଜିତ ହୋଇ ପ୍ଲାଷ୍ଟିକ ତିଆରି ବୋତଲ, ଚା କପ୍, ଥର୍ମ କୋଲ ରେ ତିଆରି ଆବର୍ଜନା ଗୁଡ଼ିକୁ ସଂଗ୍ରହ କରି ବେଳାଭୂମି କୁ ସ୍ଵଚ୍ଛତା ରକ୍ଷା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି l