ଡୁଙ୍ଗୁରିସାହି ଲୋକେ ଦେଖିଲେ ବିଜୁଳି ଆଲୁଅ l

ବ୍ୟୁରୋ ରିପୋର୍ଟ :- ଭାରତର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଗାଁ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହି ରେ ଆଜି ପର୍ଯ୍ୟନ୍ତ ବିଜୁଳି ଆଲୁଅ ଥିଲା ସାତ ସପନ ଥିଲା l ଏବେ ସେଠିକାର ବାସିନ୍ଦା ଦେଖିଲେ ବିଜୁଳି ଆଲୁଅ I ଏହି ସାହିକୁ ବିଦ୍ୟୁତ ସଂଯୋଗ ପରେ ଲୋକଙ୍କ ଘରେ ବିଜୁଳି ଜଳିଛି I ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ଘରେ ଓ ଗାଁରେ ବିଜୁଳି ନ ଥିବା ନେଇ ଖବର ପ୍ରସାରଣ ପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା I ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ଦାୟିତ୍ୱହୀନତା ପଦାରେ ପଡ଼ିଥିଲା I ବିଦ୍ୟୁତ ବିଭାଗ ତତ୍ପର ହୋଇ ଏହି ଗାଁକୁ ବିଦ୍ୟୁତ ସଂଯୋଗ କରିଥିଲା I ଶନିବାର ଠାରୁ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତା କାର୍ଯ୍ୟ ଆରମ୍ଭ ହୋଇଥିଲା l ଗତକାଲି ଗାଁରେ ମୋଟ ୨୦ ଗୋଟି ଖୁଣ୍ଟ ପୋତା ଯାଇଥିଲା କିନ୍ତୁ ଆଜି ଉପରବେଡ଼ା ଡୁଙ୍ଗୁରିସାହିରେ ମୋଟ ୧୮ଟି ଘରକୁ ବିଦ୍ୟୁତ ସଂଯୋଗ କରାଯାଇ ଲାଇନ ଚାର୍ଜ ହୋଇଥିଲା l ଫଳରେ ଏମାନଙ୍କ ଘରେ ବିଜୁଳି ଆଲୁଅ ଜଳିଛି। ବିଜୁଳି ଆଲୁଅ ଦେଖି ଲୋକେ ଖୁସି I ଏନେଇ ଦୌପଦୀ ମୁର୍ମୁଙ୍କ ଭାଉଜ ଚୁଡ଼ାମଣି ଟୁଡ଼ୁ କହିଛନ୍ତି, "ଆଗରୁ ଲାଇନ ନ ଥିଲା l ତେଣୁ ଅନ୍ଧାରରେ ଦିନ କାଟିବାକୁ ପଡ଼ୁଥିଲା l ଏବେ ତାଙ୍କ ଘରେ ବିଜୁଳି ଆଲୁଅ ଜଳିପାରିଲା I ଦିଦି ରାଷ୍ଟ୍ରପତି ପ୍ରାର୍ଥୀ ହେବା ଯୋଗୁ ଲାଇନ୍ ସଂଯୋଗ ମିଳିପାରିଲା" l ସେହିପରି ...