ଅଗ୍ନିପଥ ନିଯୁକ୍ତି ପ୍ରତିହାର ଦାବୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଳକ କଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ l

 


ଯାଜପୁର (ଦାନଗଦି) :- କେନ୍ଦ୍ରସରକାର ଙ୍କ ଅଗ୍ନିପଥ ନିଯୁକ୍ତି କୁ ବିରୋଧ କରି ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ସତ୍ୟାଗ୍ରହ ହୋଇଛି l ଏହି ପରିପ୍ରେକ୍ଷୀରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦାନଗଦି କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି l 


ଏହି ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସରତ ରାଉତ, ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ସଭାପତି ରଞ୍ଜିତ ରାଜ, ଦାନଗଦି ବ୍ଲକ କଂଗ୍ରେସ କମିଟି ସଭାପତି ବିଭୂତି ଭୂଷଣ ରାଉତ ଙ୍କ ସହିତ ବହୁ କଗ୍ରେସ କର୍ମକର୍ତ୍ତା ଯୋଗଦେଇ ଥିଲେ I


 କେନ୍ଦ୍ରସରକାର ଙ୍କ ଅଗ୍ନିପଥ ନିଯୁକ୍ତି କୁ ବିରୋଧ କରି ବିଭିନ୍ନ ନାରା ଦେଇ ଶାନ୍ତିପୂର୍ଣ୍ଣ ଭାବେ ସତ୍ୟାଗ୍ରହ କରିଥିଲେ l ଆଗାମୀ ଦିନରେ ଆହୁରି ଜୋରଦାର୍ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସୁକିନ୍ଦା ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସରତ ରାଉତ I କହିଛନ୍ତି କେନ୍ଦ୍ର ର ଏହି ନିଷ୍ପତ୍ତି ପ୍ରତିହାର ନ ହେବା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଜାରି ରହିବ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !