ଓଡ଼ିଶାରୁ ତେଲେଙ୍ଗାନା ରାଜ୍ୟ କୁ ଯିବ ଅକ୍ସିଜେନ l

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାରୁ ଆକ୍ସିଜେନ ଯିବ ତେଲେନନା। ସେଥିପାଇଁ ଏୟାରଫୋର୍ସ କାର୍ଗୋ ବିମାନରେ ୪ଟି ଖାଲି ଟ୍ୟାଙ୍କର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ଆଗକୁ ଆହୁରି ୫ଟି ଟ୍ୟାଙ୍କର ଆସିବ। ଏନେଇ ସୂଚନା ଦେଇଛନ୍ତି ତେଲେଙ୍ଗାନାରୁ ଆସିଥିବା ଅଧିକାରୀ। ଏୟାରଫୋର୍ସ କାର୍ଗୋରେ ଆସିଥିବା ଟ୍ୟାଙ୍କର ଗୁଡ଼ିକ ଆଜି ସଡ଼କ ପଥରେ ରାଉରକେଲା ଯିବ। ସେଠାରୁ ଅର୍ଥାତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଆକ୍ସିଜେନ୍ ଭର୍ତ୍ତି ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିବ। ତେଲେଙ୍ଗାରେ ବିଭିନ୍ନ ମେଡିକାଲ୍ରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ଟ୍ୟାଙ୍କର ଗୁଡ଼ିକ ଆସିଛି। ସମୟ ବଞ୍ଚାଇବା ପାଇଁ ତେଲେଙ୍ଗାନା ସରକାର ଏପରି ପଦକ୍ଷେପ ନେଇଛନ୍ତି। ଅକ୍ସିଜେନ୍ ଅଭାବରୁ ମହାରାଷ୍ଟ୍ର ଓ ଦେଶର ରାଜଧାନୀ ଦିଲ୍ଲୀରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା। ମେଡିକାଲ୍ରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନେ ଅକ୍ସିଜେନ୍ ନପାଇ ଜୀବନ ହାରୁଥିଲେ। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ। ଯଥା ଶୀଘ୍ର ଅକ୍ସିଜେନ୍ ଯୋଗାଇବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରସରକାର ପରାମର୍ଶରେ ଗତକାଲି ଦିଲ୍ଲୀ ଓ ମହାରାଷ୍ଟ୍ରକୁ ଅକ୍ସଜେନ୍ ଯୋଗାଇଥିଲେ। ଏଥିପାଇଁ ମହାରାଷ୍ଟ୍ର...