ଓଡ଼ିଶାରୁ ତେଲେଙ୍ଗାନା ରାଜ୍ୟ କୁ ଯିବ ଅକ୍ସିଜେନ l

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ) : - ଓଡ଼ିଶାରୁ ଆକ୍ସିଜେନ ଯିବ ତେଲେନନା। ସେଥିପାଇଁ ଏୟାରଫୋର୍ସ କାର୍‌ଗୋ ବିମାନରେ ୪ଟି ଖାଲି ଟ୍ୟାଙ୍କର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛି। ଆଗକୁ ଆହୁରି ୫ଟି ଟ୍ୟାଙ୍କର ଆସିବ। ଏନେଇ ସୂଚନା ଦେଇଛନ୍ତି ତେଲେଙ୍ଗାନାରୁ ଆସିଥିବା ଅଧିକାରୀ।
ଏୟାରଫୋର୍ସ କାର୍‌ଗୋରେ ଆସିଥିବା ଟ୍ୟାଙ୍କର ଗୁଡ଼ିକ ଆଜି ସଡ଼କ ପଥରେ ରାଉରକେଲା ଯିବ। ସେଠାରୁ ଅର୍ଥାତ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଆକ୍ସିଜେନ୍‌ ଭର୍ତ୍ତି ତେଲେଙ୍ଗାନା ଅଭିମୁଖେ ଯାତ୍ରା କରିବ। ତେଲେଙ୍ଗାରେ ବିଭିନ୍ନ ମେଡିକାଲ୍‌ରେ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ କରିବା ପାଇଁ ଟ୍ୟାଙ୍କର ଗୁଡ଼ିକ ଆସିଛି। ସମୟ ବଞ୍ଚାଇବା ପାଇଁ ତେଲେଙ୍ଗାନା ସରକାର ଏପରି ପଦକ୍ଷେପ ନେଇଛନ୍ତି।
ଅକ୍ସିଜେନ୍‌ ଅଭାବରୁ ମହାରାଷ୍ଟ୍ର ଓ ଦେଶର ରାଜଧାନୀ ଦିଲ୍ଲୀରେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା। ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନେ ଅକ୍ସିଜେନ୍‌ ନପାଇ ଜୀବନ ହାରୁଥିଲେ। ଯାହାକୁ ନେଇ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ଯଥା ଶୀଘ୍ର ଅକ୍ସିଜେନ୍‌ ଯୋଗାଇବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରସରକାର ପରାମର୍ଶରେ ଗତକାଲି ଦିଲ୍ଲୀ ଓ ମହାରାଷ୍ଟ୍ରକୁ ଅକ୍ସଜେନ୍‌ ଯୋଗାଇଥିଲେ। ଏଥିପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପର୍ଯ୍ୟୟ କ୍ରମେ ଓଡ଼ିଶା ଉକ୍ତ ଦୁଇ ରାଜ୍ୟକୁ ଅକ୍ସିଜେନ୍‌ ପଠାଇବ ବୋଲି ଜଣାପଡ଼ିଛି। ଏହା ପରେ ଆଜି ତେଲେଙ୍ଗାନା ସରକାର ଟ୍ୟାଙ୍କର ପଠାଇଛନ୍ତି। ଏହି ଟ୍ୟାଙ୍କରରେ ରାଉରକେଲାରୁ ତେଲାଙ୍ଗାନା ଯିବ ଅକ୍ସିଜେନ୍‌।
Oxygen will flow from Odisha to the state of Telangana. 
Bhubaneswar (Bureau Report): - Oxygen will go from Odisha to Telangana. That is why four empty tanks on Air Force Cargo have arrived at Biju Patnaik Airport in Bhubaneswar. Five more tanks will come forward. This was informed by an official from Telangana.
 Tanks arriving in the Air Force Cargo will go to Rourkela by road today. From there, it will travel from Rourkela Steel Plant to Telangana filled with oxygen. In Telangana, tanks have arrived to fill the shortage of oxygen in various medical centers. The Telangana government has taken such a step to save time.
 The lack of oxygen has created a situation in Maharashtra and the national capital, Delhi. Corona patients receiving medical treatment died without access to oxygen. The Delhi High Court and the Supreme Court have expressed concern. The court directed the central government to supply oxygen as soon as possible.
 Oxygen was supplied to Delhi and Maharashtra yesterday on the advice of the central government following a court order. Maharashtra Chief Minister Uddhav Thackeray and Delhi Chief Minister Arvind Kejriwal thanked Odisha Chief Minister Naveen Patnaik for this. Odisha is expected to send oxygen to the two states. The Telangana government has since sent tankers. The tanker will carry oxygen from Rourkela to Telangana.

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !